Only for Entertainment

ବଢିଲା ‘ପ୍ରିୟା ପ୍ରକାଶ’ଙ୍କ ଚାହିଦା ବିଜ୍ଞାପନ ପାଇଁ ଡିମାଣ୍ଡ କଲେ ୧ କୋଟି ଫିସ୍

Bollywoodlife.com
0 86

ପୁଣିଥରେ ଚର୍ଚ୍ଚାରେ ମଲୟାଲମ୍ ସୁନ୍ଦରୀ ପ୍ରିୟା ପ୍ରକାଶ ୱାରିଅର୍ । ନିଜ ଅପକମିଂ ଫିଲ୍ମ ଓରୁ ଅଦାର୍ ଲଭ୍ରେ ସ୍ଥାନ ପାଇଥିବା ଏକ ଆଖି ମରା ଦୃଶ୍ୟକୁ ନେଇ ରାତା ରାତି ପପୁଲାର୍ ହୋଇ ଯାଇଥିଲେ ଏହି ସୁନ୍ଦରୀ । ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ତାଙ୍କର ଚର୍ଚ୍ଚା । ତାଙ୍କର ଡିମାଣ୍ଡ ଏତେ ବଢିଗଲା ଯେ, ସବୁଠି କେବଳ ତାଙ୍କ ଆଖି ମରା ଦୃଶ୍ୟର ଆଲୋଚନା ହେବାରେ ଲାଗିଲା । ଏବେ ଏହି ସୁନ୍ଦରୀ ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି ।

 

ନିଜ ୟୁନିକ୍ ଷ୍ଟାଇଲ୍ ଓ ଏକ୍ସପ୍ରେସନ୍ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଏକ ଜାତୀୟ ବିଜ୍ଞାପନର ସୁଟ୍ ପାଇଁ ୧ କୋଟି ଟଙ୍କାର ସାଇନିଂ ଆମାଉଁଟ୍ ନେଇଛନ୍ତି । ମାନେ କେବଳ ଗୋଟିଏ ବଜ୍ଞାପନ ପାଇଁ ପ୍ରିୟା ପ୍ରକାଶ ୧ କୋଟି ଟଙ୍କା ନେଇଛନ୍ତି । ଜଣେ ନ୍ୟୁକମର୍ଙ୍କ ପାଇଁ ଏତେ ବଡ ଆମାଉଁଟ୍ ନିହାତି ଭାବେ ବହୁତ ବଡ କଥା । ଏଥିରୁ ଅନୁମାନ କରାଯାଇ ପାରେ ଏହି ସୁନ୍ଦରୀଙ୍କର କେତେ ଡିମାଣ୍ଡ । ଗତ କିଛିଦିନ ତଳେ ମୁମ୍ବାଇରେ ଏକ ଷ୍ଟୁଡିଓ ବାହାରେ ପ୍ରିୟା ପ୍ରକାଶଙ୍କୁ ସ୍ପଟ୍ କରାଯାଇଥିଲା । ଆଉ ମିଳିଥିବା ସୂଚନା ଅନୁସାରେ ପ୍ରିୟା ଏକ ବିଜ୍ଞାପନର ସୁଟିଂ ପାଇଁ ଏହି ଷ୍ଟୁଡିଓ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More