ପୁଣି ଛାଇଲା ପ୍ରିୟା ପ୍ରକାଶଙ୍କ ଏକ୍ସପ୍ରେସନର ଯାଦୁ, ଦେଖନ୍ତୁ ଭିଡିଓ
ରାତାରାତି ଷ୍ଟାର ହୋଇଥିବା ମଲୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କର ଭିଡିଓ ଆସିବା ମାତ୍ରେ ଏହା ଖୁବଶୀର୍ଘ ଭାଇରାଲ ହୋଇଯାଇଥାଏ । ନିକଟରେ ପ୍ରିୟାଙ୍କ ଆଉ ଏକ ଭିଡିଓ ଏହି ତାଲିକାରେ ସାମିଲ ହୋଇଛି । ଏହି ଭିଡିଓ ଏକ ମ୍ୟୁଜିକାଲ ଭିଡିଓ । ଯେଉଁଥିରେ ପ୍ରିୟା ନିଜ ବାନ୍ଧବୀଙ୍କ ସହିତ ‘ଏ ଦିଲ ହେ ମୁସକିଲ’ ଫିଲ୍ମର ଗୀତ ‘ବ୍ରେକଅପ’ ସଙ୍ଗରେ ଜବରଦସ୍ତ ଏକ୍ସପ୍ରେସନ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି ।
ଦେଖନ୍ତୁ ଭିଡିଓ…