Only for Entertainment

ପ୍ରଥମ ଥର ଆଖିର ଇସାରାରେ ନୁହେଁ ବରଂ ଆଟିଟ୍ୟୁଡରେ ଘାଇଲା କଲେ ‘ଭାଇରାଲ ଗର୍ଲ’ ପ୍ରିୟା ୱାରିୟର । ଭିଡିଓ ଭାଇରାଲ ।

zeenews
0 39

ମଲୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ଦିୱାନାଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛିଯେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଉଛି । ବିଗତ କିଛି ଦିନ ହେବ ତାଙ୍କ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେଉଛି । ଏହି ମଧ୍ୟରେ ଆଉ ଏକ ଭିଡିଓ ଆମ ନିକଟରେ ପହଂଚିଛି,ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ପ୍ରିୟା ଏବେ ‘ଭାଇରାଲ ଗର୍ଲ, ନାମରେ ପରିଚିତ ହୋଇଛନ୍ତି । ସେ ପ୍ରଥମ ଥର ଆଖିର ଇସାରାରେ ନୁହେଁ ବରଂ ଆଟିଟ୍ୟୁଡରେ ଲୋକଙ୍କୁ ଦିୱାନା କରିଛନ୍ତି ।

ପ୍ରିୟା ପ୍ରଥମ ଥର କୌଣସି ବିଜ୍ଞାପନରେ ନଜର ଆସିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ପ୍ରିୟା ନିଜ ଭିଡିଓ ଜରିଆରେ ଇଂଷ୍ଟାଗ୍ରାମରେ ଇନକମ କରୁଥିବା କେତେକ ସେଲିବ୍ରେଟୀଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ପ୍ରିୟାଙ୍କର କେତେ ଭିଡିଓ ଭାଇରାଲ ହେବା ପରେ ଇଂଷ୍ଟାଗ୍ରାମରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ ହୋଇଯାଇଛି । ଏତେ ଫଲୋର୍ସ ହେବା ପରେ ପ୍ରିୟା କେତେକ ବଡ଼ ବ୍ରାଣ୍ଡର ପ୍ରମୋଶନ କରିବା ମଧ୍ୟ ଆରମ୍ଭ କରି ସାରିଛନ୍ତି । ଇଣ୍ଡିଆ ଟିଭି ରିପୋର୍ଟ ଅନୁସାରେ ପ୍ରିୟା ପ୍ରକାଶ ଏକ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ୮ ଲକ୍ଷ ଟଙ୍କା ନେଉଛନ୍ତି ।

? Pc: @vyshakh_edappal

A post shared by priya prakash varrier (@priya.p.varrier) on

ଗୁଗଲ ସର୍ଚ କଥା ଆଲୋଚନା କରାଯିବ ତ ଦୀପିକା ପାଦୁକୋନଙ୍କ ଅପେକ୍ଷା ପ୍ରିୟାଙ୍କୁ ବହୁ ମାତ୍ରାରେ ସର୍ଚ କରାଯାଉଛି । ତେବେ ଥରେ ତାଙ୍କର ଖୁସି ପ୍ରକାଶ କରିବା ପାଇଁ ତାଙ୍କ କଲେଜରେ ଏକ ଇଭେଂଟର ଆୟୋଜନ କରାଯାଇଥିଲା । କେବଳ ସେତିକି ନୁହେଁ ଭିଡିଓ ଭାଇରାଲ ହେବା ପରେ ପ୍ରିୟାଙ୍କୁ କେତେକ ଫିଲ୍ମରୁ ଅଫର ମଧ୍ୟ ମିଳିଛି । କିନ୍ତୁ ସେ ମନା କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More