Only for Entertainment

ପୁଣିଥରେ ଏହି କାରଣରୁ ଚର୍ଚ୍ଚାକୁ ଆସିଲେ ପ୍ରିୟା ପ୍ରକାଶ !

44

ଗୁଗଲ ଚଳିତ ବର୍ଷ ସବୁଠାରୁ ଅଧିକ ସର୍ଚ କରାଯାଇଥିବା କଳାକାର , ଫିଲ୍ମ ଏବଂ ଗୀତ ଲିଷ୍ଟ ଜାରି କରିଛନ୍ତି । ଗୁଗଲ ଲିଷ୍ଟରେ ଫିଲ୍ମ ୨.୦ ଏବଂ ବେଲି ଡାନ୍ସ ନୋରା ଫତେହିଙ୍କ ସୁପରହିଟ ଗୀତ ‘ଦିଲବର’ ସବୁଠାରୁ ଅଧିକ ଗୁଗଲରେ ସର୍ଚ କରାଯାଇଛି । ଏହା ବ୍ୟତୀତ ଗୁଗଲ ଚଳିତ ବର୍ଷ ସବୁଠାରୁ ଅଧିକ ସର୍ଚ କରାଯାଇଥିବା କଳାକାରଙ୍କ ଲିଷ୍ଟ ମଧ୍ୟ ଜାରି କରି ଦେଇଛି ।

ଏଠାରେ ଆମେ କହି ରଖୁଛୁ ଯେ, ଏହି ତାଲିକାରେ ପ୍ରଥମ ନମ୍ବରରେ ରହିଛନ୍ତି ‘ୱିଙ୍ଗ ଗର୍ଲ’ ଏବଂ ମାଲୟଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର । ଏ ଦୁହେଁ ବଲିଉଡ କଳାକାର ଏବଂ ହରିୟାଣା ସେନସେଶନକୁ ପଛରେ ପକାଇ ଦେଇଛନ୍ତି । ଗୁଗଲ ଲିଷ୍ଟ ଅନୁସାରେ ପ୍ରିୟା ପ୍ରକାଶ ଚଳିତ ବର୍ଷ ସବୁଠାରୁ ଅଧିକ ସର୍ଚ କରାଯାଇଥିବା କଳାକାର ।

ପ୍ରିୟା ପ୍ରକାଶ ଏକ ନମ୍ବରରେ ରହିଥିବା ବେଳେ , ଆମେରିକାନ ସିଙ୍ଗର ତଥା ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ୨୦୧୮ରେ ସବୁଠାରୁ ସର୍ଚ କରାଯାଇଥିବା କଳାକାରଙ୍କ ମଧ୍ୟରେ ନମ୍ବର୨ରେ ରହିଛନ୍ତି । ଏହି ତାଲିକାରେ ୩ନମ୍ବରରେ ରହିଛନ୍ତି ବିଗବସ୧୧ର ପ୍ରତିଯୋଗୀ ତଥା ହରିୟାଣାର ସେନସେଶନ ସିଙ୍ଗର ସପନା ଚୌଧୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More