Only for Entertainment

ବଲିଉଡରେ ଭାଲେଣ୍ଟାଇନ ଗର୍ଲ ପ୍ରିୟା ପ୍ରକାଶ, ଏହି ସୁପରହିଟ ହିରୋଙ୍କ ବିପକ୍ଷରେ କରିବେ ଡେବ୍ୟୁ

Times of India
0 78

ଭାଲେଣ୍ଟାଇନ ସପ୍ତାହରେ ଆଖି ମାରୁଥିବା ଭିଡିଓ ଭାଇରାଲ ହେବାପରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ପ୍ରିୟା ପ୍ରକାଶ ୱାରିୟର । ଲାଗୁଛି ଏହି ଭିଡିଓ ତାଙ୍କୁ ଅନେକ ସହାୟକ ହୋଇଛି । ଏହି ଭିଡିଓ ପାଇଁ ତାଙ୍କୁ ବଲିଉଡର ଅଫର ମଧ୍ୟ ଆସିବାରେ ଲାଗିଛି ।

ରିପୋର୍ଟ ଅନୁସାରେ ପ୍ରିୟାଙ୍କୁ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ କାମ କରିବାର ସୁଯୋଗ ମିଳିଛି । ଏହି ଫିଲ୍ମରେ ରଣବୀର ସିଂ ଲିଡ୍ ରୋଲରେ ନଜର ଆସିବେ ।

simmba

ଖବର ଅନୁସାରେ, ଭିଡିଓ ଭାଇରାଲ ହେବାପରେ ପ୍ରିୟାଙ୍କ ପାଖକୁ ଅନେକ ଅଫର ଆସିବାକୁ ଲାଗିଥିଲା । ଫିଲ୍ମର ସହ ପ୍ରଯୋଜକ କରଣ ଜୋହର ମଧ୍ୟ ଚାହୁଁଥିଲେ ଫିଲ୍ମରେ ପ୍ରିୟାଙ୍କୁ ନେବାପାଇଁ । ପ୍ରିୟା ଏହା ପୂର୍ବରୁ ରଣବୀର ସିଂ ସହିତ କାମ କରିବାର ଇଚ୍ଛା ମଧ୍ୟ ପ୍ରକାଶ କରିସାରିଛନ୍ତି ।

ରୋହିତ ସେଟ୍ଟୀ ‘ସିମ୍ବା’ର ନିର୍ଦ୍ଦେଶକ ଅଛନ୍ତି । ଫିଲ୍ମରେ ରଣବୀର ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମଟି ୨୧ ଡିସେମ୍ବରକୁ ରିଲିଜ କରାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More