Only for Entertainment

ପ୍ରିୟା ପ୍ରକାଶ କରାଇଲେ ଫଟୋସୁଟ, ତାଙ୍କର ଏହି ଲୁକ କରିଦେବ ଦିୱାନା !

bollywood tadka
0 66

ନିଜ ଆଖିର ଇଶାରାରେ ରାତାରାତି ସୁପରଷ୍ଟାର ହୋଇଥିବା ପ୍ରିୟା ପ୍ରକାଶ ୱାରିୟର ନିଜର ନୂଆ ଫଟୋସୁଟ କରାଇଛନ୍ତି । ଯେଉଁ କାରଣରୁ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଫଟୋସୁଟରେ ପ୍ରିୟା ଗୋଲାପୀ ରଂଗର ଏକ ଫୁଲ ଗାଉନ ପରିଧାନ କରି ଖୁବ ସୁନ୍ଦର ଦିଶୁଥିବା ନଜରକୁ ଆସିଥିଲେ । ସେ କୌଣସି ରାଜକୁମାରୀ ଠାରୁ କମ ଦିଶୁନାହାନ୍ତି । ଏହି ଫଟୋସୁଟ ସେ ଏକ ପୋଷାକ ବ୍ରାଣ୍ଡ ପାଇଁ କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

priya prakash.5କିଛି ଦିନ ତଳେ ତାଙ୍କ ସମ୍ପର୍କରେ ଖବର ଆସିଥିଲା ଯେ ସେ ଖୁବ ଶୀଘ୍ର ରଣବୀର ସିଂଙ୍କ ସହ ଫିଲ୍ମ ‘ସାମ୍ବା’ରେ ଡେବ୍ୟୁ କରିବେ । ମାତ୍ର ଏହାର କୌଣସି ସଠିକ ଖବର ମିଳିନାହିଁ ।

ଏହା ଭିତରେ ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ ‘ଓରୁ ଅଦାର ଲଭ’ର ଟିଜର ରିଲିଜ ହୋଇଯାଇଛି । ଯେଉଁଥିରୁ ପ୍ରଶଂସକଙ୍କର ଖୁବ ଭଲ ପାଇବା ତାଙ୍କୁ ମିଳିଛି ।

priya prakash 9ଏହି ଫିଲ୍ମ ୩ମାର୍ଚ୍ଚରେ ରିଲିଜ ହେବାର ଥିଲା । ମାତ୍ର ବର୍ତ୍ତମାନ କୌଣସି କାରଣରୁ ଏହାର ତାରିଖକୁ ବଦଳାଇ ଦିଆଯାଇଛି । ଏହି ଫିଲ୍ମ ୧୪ଜୁନ ୨୦୧୮ରେ ରିଲିଜ ହେବାର ସମ୍ଭାବନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More