Only for Entertainment

ଚ୍ୟାଲେଂଜ ଚକ୍କରରେ ପ୍ରିୟା ଅବସ୍ଥା ଖରାପ କଲେ ନିଜର, କିଛି ଏଭଳି ହେଲା କରିବାକୁ ଲାଗିଲେ ଚିତ୍କାର !

india
0 55

ପ୍ରିୟା ପ୍ରକାଶ ୱାରିଅରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଏକ ଭିଡିଓ ଜରିଆରେ ପ୍ରିୟା ରାତାରାତି ଇଂଟରନେଟର ସେନସେସନ ପାଲଟି ଯାଇଥିଲେ । ୧୮ବର୍ଷ ବୟସର ପ୍ରିୟାଙ୍କର ଏବେ ପର୍ଯ୍ୟନ୍ତ କୌଣସି ଫିଲ୍ମ ରିଲିଜ ହୋଇନାହିଁ , କିନ୍ତୁ ଇଂଟରନେଟ ଜରିଆରେ ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କର ଫିଲ୍ମ ଓରୁଓଦାରୁ ଲଭ ସେପ୍ଟମ୍ବରରେ ରିଲିଜ ହେବ । କିନ୍ତୁ ପ୍ରିୟା ପ୍ରକାଶଙ୍କ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ବେଶୀ ସମୟ ଲାଗେ ନାହିଁ । ପ୍ରିୟା ରବିବାର ଦିନ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ରିଭର୍ସ ରୋଲର କୋଷ୍ଟର ରାଇଡର ମଜା ନେଉଥିବାର ନଜର ଆସିଛନ୍ତି । ପ୍ରିୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରିୟାଙ୍କୁ ଏହି ରାଇଡ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ସେ ଆଉ ଥରେ ଏହି ରାଇଡ ନେବା ପାଇଁ ପସ୍ତୁତ ଅଛନ୍ତି । ୨୦ଘଂଟା ମଧ୍ୟରେ ଏହି ଭିଡିଓକୁ ୬ଲକ୍ଷ ଭ୍ୟୁ ମିଳିଥିଲା । ପ୍ରିୟାଙ୍କ ପୂର୍ବରୁ ରୋଶନ ଏହି ରାଇଡର ମଜା ନେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More