Only for Entertainment

ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଭିଡିଓ, କିଛି ଦିନ ମଧ୍ୟରେ ୨୦ଲକ୍ଷରୁ ଅଧିକ ଭ୍ୟୁ !

39

ପ୍ରିୟା ପ୍ରକାଶ ୱାରିଅର ପୁଣି ଥରେ ଚର୍ଚ୍ଚାରେ ଆସିଯାଇଛନ୍ତି । ତାଙ୍କ ଫିଲ୍ମ ଓରୁ ଓଦାରୁ ଲଭ ଭାଲେଂଟାଇନ ଡେ ଅର୍ଥାତ ୧୪ଫେବୃୟାରୀରେ ରିଲିଜ ହେବାକୁ ଯାଉଛି । ଯାହାର ଏକ ଭିଡିଓ ତାଙ୍କୁ ରାତାରାତି ଷ୍ଟାର ବନାଇଦେଇଥିଲା । ତାଙ୍କର ଲୋକପ୍ରିୟତା ଏତେ ଦୃତରେ ବଢିଯାଇଥିଲା ଯେ ୨୪ଘଂଟା ମଧ୍ୟରେ ତାଙ୍କର ଇନଷ୍ଟାଗ୍ରାମ ଫଲୋର୍ସ ୧୦ଲକ୍ଷ ହୋଇଯାଇଛି । ଯେବେ କି ଗୋଟେ ଦିନ ପୂର୍ବରୁ ୨.୪୯ଲକ୍ଷ ଥିଲା । ଏହାପରେ ପ୍ରିୟାପ୍ରକାଶ ଏତେ ଫେମସ ହୋଇଗଲେ ଯେ ତାଙ୍କୁ କିଏ ବା ନ ଜାଣେ ।

ଗତ କିଛି ଦିନ ପୂର୍ବେ ପ୍ରିୟା ଏବଂ କୋ-ଆକ୍ଟର ଅବଦୁଲ ରହୁଫଙ୍କ ସହ ଏକ ଭିଡିଓ ଭାଇରାଲ ହୋଇଛି , ଯେଉଁଥିରେ ଦୁହେଁ ଲିପଲକ କରୁଥିବାର ନଜର ଆସିଥିଲେ । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୬ଫେବୃୟାରୀରେ ଅପଲୋଡ ହୋଇଥିବା ଏହି ଭିଡିଓରେ ୨୦ଲକ୍ଷ ରୁ ଉଦ୍ଧ୍ୱର୍ ଭ୍ୟୁ ମିଳି ସାରିଲାଣି । ଏହି ଭିଡିଓକୁ ଦେଖି କେହି କେହି ପ୍ରିୟାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More