Only for Entertainment

‘କଫି ୱିଦ କରନ’ରେ ନଜର ଆସିବେ ଏହି ଦୁଇ ନାୟିକା ।

emirates247.com
23

କରଣ ଜୋହରଙ୍କ କଫି ୱିଦ କରନର ଷଷ୍ଠ ସିଜନ ଆରମ୍ଭ ହୋଇସାରିଛି । ଆଲିୟା ଭଟ୍ଟ ଏବଂ ଦୀପିକା ପାଦୁକୋନ ଶୋ’ର ପ୍ରଥମ ଅତିଥି ହୋଇଥିଲେ । ଦୁଇ ଜଣ ନିଜ ଜୀବନ ସହିତ ଜଡ଼ିତ କେତେକ ରାଜ ଖୋଲିଲେ ।ଏବେ ଖବର ଅଛିଯେ ପ୍ରିୟଙ୍କା ଚୋପ୍ରା ଏବଂ କରୀନା କପୁର ଖାନ ଏହି ଶୋ’ରେ ଏକା ସାଙ୍ଗରେ ନଜର ଆସିବେ ।

ମୁମ୍ବାଇ ମିରର ଖବର ଅନୁସାରେ ପ୍ରିୟଙ୍କା ଏବଂ କରୀନା କରନଙ୍କ ଚାଟ୍ ଶୋ’ରେ ନଜର ଆସିବେ ।ଦୁଇ ଜଣ ଏପର୍ଯ୍ୟନ୍ତ ସୁଟିଂ କରି ନାହାଁନ୍ତି,କାରଣ ପ୍ରିୟଙ୍କା ଏବେ ଆମେରିକାରେ ଅଛନ୍ତି ।ଦୁଇଜଣଙ୍କୁ ଏକା ସାଙ୍ଗରେ ଶୋ’ରେ ଦେଖିବା ନିହାତି ଭାବରେ ଆକର୍ଷଣୀୟ ହେବ ।

କହିରଖୁଛୁଯେ କରନ ଏବଂ କରୀନା ଦୁଇ ଜଣ ଖୁବ ଭଲ ସାଙ୍ଗ । କିଛି ଦିନ ପୂର୍ବରୁ କରୀନାଙ୍କୁ ଫିଲ୍ମ ତଖ୍ତରେ କାମ କରିବାକୁ ନେଇ ପ୍ରଶ୍ନ କରାଯାଇଥିବାରୁ ସେ କହିଥିଲେଯେ କରନଙ୍କ ସହିତ କାମ କରିବାର ଅର୍ଥ ହେଉଛି ନିଜ ପରିବାର ସହିତ କାମ କରିବା ।ଆମେ ଦୁଇ ଜଣ ଖୁବ ଭଲ ସାଙ୍ଗ । କରନଙ୍କ ସହିତ କୌଣସି କଥା ଶେୟାର କରିବାରେ ମୋର କୌଣସି ସମସ୍ୟା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More