Only for Entertainment

ଯୋଧପୁରରେ ପହଁଚିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ମଙ୍ଗେତର ନିକ ଜୋନସ ।

ndtv
32

ଯୋଧପୁରରେ ପହଁଚିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ମଙ୍ଗେତର ନିକ ଜୋନସ । ମୋଟ ୧୫ଜଣ ସଦସ୍ୟଙ୍କୁ ନେଇ ନିକ ଜୋନସ ଓ ପ୍ରିୟଙ୍କା ଚୋପ୍ରା ଗୁରୁବାର ଯୋଧପୁର ପହଁଚିଛନ୍ତି । ମୁମ୍ବାଇ ବିମାନବନ୍ଦରରେ ପ୍ରିୟଙ୍କା ଓ ନିକ ପରିବାର ସହ ଯୋଧପୁର ଯାଉଥିବା ଦେଖିବାକୁ ମିଳିଛନ୍ତି । ମୋଟ ୫ଦିନ ଧରି ଏଠାରେ ଏମାନଙ୍କ ବାହାଘର କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେବ । ସଂଗୀତ,ମେହେନ୍ଦୀ ଠୁ ନେଇ କକଟେଲ ପାର୍ଟି । ଏଥିସହ ହିନ୍ଦୁ ଓ କ୍ୟାଥଲିକ ରୀତିନୀତିରେ ବାହାଘର କାର୍ଯ୍ୟକ୍ରମ ପାଇଁ ଖାସ ପ୍ରସ୍ତୁତି କରାଯାଇଛି । ଅନ୍ୟପଟେ ଭାରତରେ ପ୍ରିୟଙ୍କାଙ୍କ କିଛି ବିଦେଶୀ ଅତିଥି ପହଁଚିବେ । କିଛି ଖାସ ମେହେମାନଙ୍କ ପାଇଁ ଯୋଧପୁର ଏୟାରପୋର୍ଟରୁ ଉମେଦ ଭବନ ଯାଏଁ ସ୍ୱତନ୍ତ୍ର ହେଲିକପ୍ଟର ଆୟୋଜନ କରାଯାଇଛି । ଏନେଇ ଭବନ ପରିସରରେ ସ୍ୱତନ୍ତ୍ର ହେଲିପ୍ୟାଡ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ବାହାଘର ସ୍ଥଳିରେ ଉଭୟ ନିକ ଓ ପ୍ରିୟଙ୍କାଙ୍କ କିଛି ପରିଜନ ଓ ଅତିଥି ଏବେ ପହଁଚିସାରିଲେଣି । ଯୋଧପୁରରେ ବାହାଘର ଶେଷ କରି ଫେରିବା ପରେ ପ୍ରଥମେ ମୁମ୍ବାଇ ଓ ପରେ ଦିଲ୍ଲୀରେ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରିଛନ୍ତି ନିକ ଓ ପ୍ରିୟଙ୍କା ।

 

ବୁଧବାର ପ୍ରିୟଙ୍କା ଘରେ ସ୍ୱତନ୍ତ୍ର ଗଣପତି ପୂଜାର ଆୟୋଜନ କରାଯାଇଥିଲା ।ଯେଉଁଥରେ ଉଭୟ ପରିବାର ସଦସ୍ୟ ଯୋଗ ଦେଇଥିଲେ । ଅନ୍ୟପଟେ ଦୀପବୀରଙ୍କ ବାହାଘର ପରି ଏମାନଙ୍କ ବାହାଘରରେ ମଧ୍ୟ ମୋବାଇଲ ଫୋନ ବ୍ୟବହାର ଉପରେ ବାରଣ କରାଯାଇଛି । ଏଥିସହ ବାହାଘରରେ ଯୋଗଦେବାକୁ ଥିବା ୨୦୦ଜଣ ଅତିଥିଙ୍କୁ ଦିଆଯିବା ପାଇଁ ରୂପା ଓ ସୁନା କଏନ । ଯାହାର ଗୋଟେ ପାଶ୍ୱର୍ରେ ନିକ ଓ ପ୍ରିୟଙ୍କା ନାଁ ଓ ଆରପାଶ୍ୱର୍ରେ ଗଣେଷ,ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାନ ପାଇଛି । ନଭେମ୍ବର ୨୯ରୁ ଡିସେମ୍ବର ୩ ଯାଏଁ ଯୋଧପୁର ଉମେଦ ଭବନରେ ସେଲିବ୍ରେଟିଙ୍କ ବାହାଘର ଆୟୋଜନ କରାଯାଇଥିିବା ଯୋଗୁଁ ୫ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More