Only for Entertainment

ଖାସ ଅନ୍ଦାଜରେ ଶାଶୁ ମଧୁ ଚୋପ୍ରାଙ୍କ ଜନ୍ମଦିନ ପାଳନ କଲେ ନିକ ଜୋନସ ।

bollywood tadka
37

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନ୍ୟୁୟର୍କରେ ଅଛନ୍ତି । ଅଧିକାଂଶ ସମୟରେ ତାଙ୍କୁ ପତି ନିକଙ୍କ ସହିତ ନ୍ୟୁୟର୍କରେ ସ୍ପଟ କରାଯାଉଛି । ନିକଟରେ ପ୍ରିୟଙ୍କାଙ୍କ କିଛି ଫଟୋ ଏବଂ ଭିଡ଼ିଓ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହି ଫଟୋରେ ପ୍ରିୟଙ୍କା ମା ମଧୁ ଚୋପ୍ରା ଏବଂ ପତି ନିକ ଜୋନସଙ୍କ ସହିତ ନଜର ଆସିଛନ୍ତି । ବାସ୍ତବରେ ସୋମବାରକୁ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରାଙ୍କ ଜନ୍ମଦିନ ଥିଲା । ଯାହାକୁ ସେମାନେ ଏକା ସାଙ୍ଗରେ ସେଲିବ୍ରେଟ କରିଛନ୍ତି ।

ଏହି ସମୟର ଫଟୋ ପ୍ରିୟଙ୍କା ତାଙ୍କ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି । ପ୍ରିୟଙ୍କା ଏକ ଭିଡ଼ିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଛୋଟପିଲାଙ୍କ ଭଳି ମା ମଧୁଚୋପ୍ରାଙ୍କ ହାତରୁ କେକ ଖାଉଛନ୍ତି । ପ୍ରିୟଙ୍କାଙ୍କ ମା ସୋସିଆଲ ମିଡିଆରେ ଡିନର କରୁଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି । ତେବେ ଏକ ଫଟୋ ଶେୟାର କରି ପ୍ରିୟଙ୍କା କ୍ୟାପ୍ସନରେ ଲେଖିଛନ୍ତି ବେଷ୍ଟ ବର୍ଥ ଡେ ଗର୍ଲ, ଆଇ ଲଭ ୟୁ, ମୋ ଶକ୍ତି ହୋଇ ରହିଥିବାରୁ ଧନ୍ୟବାଦ ।

 

 

View this post on Instagram

 

Birthday cakes! My fav.. @madhumalati #familyfirst #travelbug

A post shared by Priyanka Chopra Jonas (@priyankachopra) on

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପ୍ରିୟଙ୍କା ଖୁବଶୀଘ୍ର ବଲିଉଡ ଫିଲ୍ମ ‘ ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More