Only for Entertainment

ଅଭିନୟ. ସିଙ୍ଗିଙ୍ଗ ଏବଂ ପ୍ରଯୋଜନା ପରେ ଏହି ନୂଆ କାମ କରିବାକୁ ଯାଉଛନ୍ତି ପ୍ରିୟଙ୍କା!

28

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛି ଦିନ ହେବ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ଦିନ ପୁର୍ବେ ପ୍ରିୟଙ୍କାଙ୍କୁ ନେଇ କିଛି କିଛି ନା ଖବର ଶୁଣିବାକୁ ମିଳୁଥିଲା । କିଛି ଘଂଟା ପୂର୍ବେ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ନିଜ ଉପରେ ନ୍ୟୁଜ ଆସିଥିବା ଏକ ନ୍ୟୁଜପେପର ଫଟୋ ଶେୟାର କରିଛନ୍ତି । ଏହି ପୋଷ୍ଟରରେ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିବା ଆର୍ଟିକଲ ଦେଖିବାକୁ ମିଳିଛି । ଯେଉଁଥିରେ ପ୍ରିୟଙ୍କାଙ୍କୁ ଟେକ ଇନଭେଷ୍ଟରର ପରିଚୟ ଦିଆଯାଇଛି ।

ଏହି ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ ଆଜି ଠାରୁ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କାରଣ ସେ ଦୁଇଟି ଟେକ୍ନୋଲୋଜି କମ୍ପାନିରେ ନିଜର ଅର୍ଥ ନିବେଶ କରିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପ୍ରିୟଙ୍କା ଆକ୍ଟିଂ, ସିଙ୍ଗିଙ୍ଗ ଏବଂ ପ୍ରଯୋଜନା କଲା ପରେ ପ୍ରିୟଙ୍କା ଚୋପ୍ରା ଟେକ ଗୁରୁ ହେବାକୁ ମଧ୍ୟ ଯାଉଛନ୍ତି । ଏହାସହ ସେ ଏକ ସ୍କୁଲରେ ବୋର୍ଡରେ ମଧ୍ୟ ସାମିଲ ହେବେ ।


ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ଖବର ସୋମ୍ନାକୁ ଆସିଥିଲା ମାତ୍ର ଏବେ ପର୍ଯ୍ୟନ୍ତ ଏହି ସମ୍ପର୍କରେ ପରିବାର ଲୋକେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More