Only for Entertainment

ଶାଶୂଘର ଲୋକଙ୍କ ସହ ପ୍ରିୟଙ୍କାଙ୍କ ମ୍ୟୁଜିକ ଭିଡିଓ, ଦେଶୀଗର୍ଲଙ୍କ ଦେଖିବାକୁ ମିଳିଲା ଭିନ୍ନ ଅନ୍ଦାଜ !

39

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗ୍ଲୋବାଲ ଷ୍ଟାର ହେବା ଯାତ୍ରା ଫିଲ୍ମ ‘କ୍ୱାଂଟିକୋ’ରୁ ଆରମ୍ଭ କରିଥିଲେ । ନିକଟରେ ତାଙ୍କର ଦ୍ୱିତୀୟ ହଲିଉଡ ଫିଲ୍ମ ‘ଇଜଂଟ ଇଟ ରୋମାଂଟିକ’ ରିଲିଜ ହୋଇଛି । ଏହି ଫିଲ୍ମ ପରେ ପ୍ରିୟଙ୍କା ଶାଶୁଘର ଲୋକଙ୍କ ସହ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ଏଥିରେ ତିନି ଜଣ ଜୋନଓ ବ୍ରଦର ନଜର ଆସିଛନ୍ତି । ଗୀତର ଟାଇଟଲ ରହିଛି ‘ସକର’ ।

ଏଥିରେ ନିକଙ୍କ ସହ ପ୍ରିୟଙ୍କା, ଏବଂ ଅନ୍ୟପଟେ ତିନି ଭାଇ ଜୋଏ ଜୋନଓ, କେବିନ ଜୋନସ ଏବଂ ଫ୍ରେଂକି ଜୋନଓ ମଧ୍ୟ ନଜର ଆସିଛନ୍ତି । କେବିନ ଏବଂ ଜୋଏ ନିଜ ଭାବି ପତ୍ନୀଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓ ବିଷୟରେ ନିଜ ଇନଷ୍ଟାଗ୍ରାମରେ ଏକ କ୍ଲିପ ଶେୟାର କରିଛନ୍ତି ପ୍ରିୟଙ୍କା । ନିକଙ୍କ ସହ ପ୍ରଥମ ଥର କାମ କରିଥିବା ପୋଷ୍ଟରେ ଶେୟାର କରିଛନ୍ତି ପ୍ରିୟଙ୍କା ।

ଏଠାରେ ଆମେ କହି ରଖୁଛୁ ଯେ ଖୁବ ଶୀଘ୍ର ଫିଲ୍ମ ‘ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ପ୍ରିୟଙ୍କା । ଫିଲ୍ମର ନିର୍ଦ୍ଦେଶନା ସୋନାଲୀ ବୋଷ କରିଛନ୍ତି । ଏହାର ସ୍କ୍ରିନ ପ୍ଲେ ଜୁହି ଚର୍ତୁବେଦୀ ଲେଖିଛନ୍ତି । ଫିଲ୍ମ ୧୧ଅକ୍ଟୋବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More