Only for Entertainment

ଶେଷ ହେଲା ‘ପ୍ରିୟଙ୍କା-ନିକ୍’ଙ୍କ ଛୁଟି, ବୁଲାବୁଲି ସାରି ଆମେରିକା ଫେରିଲେ ପ୍ରେମୀ ଯୋଡି

DNA India
0 35

କିଛିଦିନ ଭାରତ ମିଡିଆରେ ନିଜ ଉପସ୍ଥିତି ଜାହିର୍ କରି ଏବେ ଆମେରିକା ଫେରି ଯାଇଛନ୍ତି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ କଥିତ ବୟଫ୍ରେଣ୍ଡ ନିକ୍ ଜୋନସ୍ । ମୁମ୍ବାଇ ଏୟାରପୋର୍ଟରେ ଦୁହିଁଙ୍କୁ ହାତରେ ହାତ ଧରାହୋଇ ଯିବାର ପୁଣି ସ୍ପଟ୍ କରାଯାଇଛି । ପବ୍ଲିକରେ ଦୁହିଁଙ୍କର ଏଭଳି ସ୍ୱଭାବ ବୟାନ କରୁଛି ଯେ, ପ୍ରେମରେ ପଡିଛନ୍ତି ପ୍ରିୟଙ୍କା ଓ ନିକ୍ ।

priyanka-chopra

ଭାରତରେ ନିଜର ବୁଲା ସାରି ଆମେରିକା ଫେରିବା ବେଳେ ଦୁହିଁଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରିଥିଲା ମିଡିଆ । ଗାଡିରୁ ଓହ୍ଲାଇ ହାତରେ ହାତ ଧରି ଏୟାରପୋର୍ଟ ଭିତରକୁ ପ୍ରବେଶ କରିଥିଲେ ଏହି ଯୋଡି । ଦୁହେଁ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ, ପବ୍ଲିକରେ ଏମାନଙ୍କର ଏହିପରି ସ୍ୱଭାବ ବୟାନ୍ କରୁଛି ଯେ, ପ୍ରେମରେ ପଡିଛନ୍ତି ପ୍ରିୟଙ୍କା ଓ ନିକ୍ ।

priyanka-chopra-nick

ଭାରତ ଗସ୍ତରେ ଥିବା ସମୟରେ ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି କଏଦ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏମିତି କି ଅମ୍ବାନିଙ୍କ ପାର୍ଟିରେ ବି ଏକାଠି ନଜର ଆସିଥିଲେ ନିକ୍ – ପ୍ରିୟଙ୍କା । ଆକାଶ – ଶ୍ଳୋକାଙ୍କ ପ୍ରି-ଏନଗେଜମେଂଟ୍ ପାର୍ଟିରେ ହାତରେ ହାତ ଧରାହୋଇ ପହଁଚିଥିଲେ ପ୍ରିୟଙ୍କା – ନିକ୍ । ଏହି ଅବସରରେ ପ୍ରିୟଙ୍କା ଏକ ଲାଲ୍ ରଙ୍ଗର ଶାଢି ପରିଧାନ କରିଥିବାବେଳେ ନିକ୍ ନଜର ଆସିଥିଲେ, ସିମ୍ପଲ୍ ସୁଟ୍ ବୁଟରେ । ପବ୍ଲିକରେ ପ୍ରିୟଙ୍କା – ନିକଙ୍କର ଏଭଳି ଏକାଠି ନଜର ଆସିବା ବଖାଣି ଥିଲା ଏମାନଙ୍କ ସମ୍ପର୍କ ବିଷୟରେ ।

Priyanka-Chopra-and-Nick-Jonas

ତେବେ ଏହା ପୂର୍ବରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦୁର୍ହିଁଙ୍କ ସମ୍ପର୍କ ଥିବା ନେଇ ଅନେକ ଖବର ପ୍ରକାଶ ପାଇଛି । ଦୁହେଁ ଏନଗେଜଡ ହୋଇଥିବା ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଛି । ହେଲେ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ଦେଶୀଗର୍ଲ । ପ୍ରିୟଙ୍କା ଏବେ ହଲିଉଡରେ ନିଜ ଅଭିନୟ ସଫର୍ ଜାରି ରଖିଥିବାବେଳେ, ନିକ୍ ହେଉଛନ୍ତି ଜଣେ ପପ୍ ଗାୟକ ଏବଂ ଅଭିନେତା । ଦୁହେଁ ୨୦୧୭ ମେଟ୍ ଗାଲା ରେଡକାର୍ପେଟ୍ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିଲେ । ଏବେ ଖାଲି ଦେଖିବାକୁ ବାକି ରହିଲା, କେବେ ବାଜୁଛି ଏମାନଙ୍କ ୱେଡିଂ ବେଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More