Only for Entertainment

ମୁହଁର କଳାଦାଗ ଦୂର କରେ ଟୁଥପେଷ୍ଟ

the conversation
113

ଟୁଥପେଷ୍ଟକୁ ଦାନ୍ତ ଘଷିବାରେ ବ୍ୟବହାର କରିବା ବ୍ୟତୀତ ଏହାକୁ ତ୍ୱଚାର ଚମକ ଆଣିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ।  ଆପଣ ଏହାକୁ ଫେସ୍‌ପ୍ୟାକ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ।

 

ପ୍ରଥମେ ଆପଣ ଚେହେରାକୁ ଧୋଇ ଦିଅନ୍ତୁ। ପାଣି ଶୁଖିଗଲା ପରେ ଏକ ଚାମଚ ଟୁଥପେଷ୍ଟରେ କିଛି ଲେମ୍ବୁ ରସ ମିଶାଇ ତାହାର ଏକ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଓ ବେକରେ ସମାନ ଭାବେ ଲଗାଇ ଦିଅନ୍ତୁ। ୧୫ ମିନିଟ ପରେ ଏହାକୁ ହାଲକା ମସାଜ କରି ପାଣିରେ ଧୋଇ ଦିଅନ୍ତୁ। ଯଦି ଏହି ସମୟରେ ହଲକା ପୋଡ଼ିବା ପରି ଲାଗେ ତା ହେଲେ କିଛି ଚିନ୍ତା କରିବାର  ଆବଶ୍ୟକତା ନାହିଁ।

 

ବ୍ଲାକହେଡସ୍‌ ସମସ୍ୟା ପ୍ରାୟ ସବୁ ଯୁବତୀ ଓ ମହିଳାଙ୍କ ଟେନସନ ବଢାଇ ଦେଇଥାଏ।  ଟୁଥ୍‌ପେଷ୍ଟକୁ ସ୍କ୍ରବ୍‌ ସହ ମିଶାଇ ନାକ ଉପରେ ଏହାର ଏକ ମୋଟା ପରସ୍ତ ଲଗାନ୍ତୁ। ଶୁଖି ଯିବା ପରେ ହାଲକା ଭାବେ ଏହାକୁ ଘଷନ୍ତୁ। ଏହାକୁ ଆପଣ ସନବର୍ଣ୍ଣ ପରି ସମସ୍ୟାକୁ କମାଇବା ଲାଗି ମଧ୍ୟ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More