Only for Entertainment

ପ୍ରଥମ ଥର ପରଦାରେ ଏକା ସାଙ୍ଗରେ ନଜର ଆସିବେ ପ୍ରିୟଙ୍କା-ରାଜକୁମାର

hindirush
28

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନେଟଫ୍ଲିକ୍ସରେ ଆସିବାକୁ ଥିବା ଫିଲ୍ମ ‘ଦ ହ୍ୱାଇଟ ଟାଇଗର’ରେ ପ୍ରଥମ ଥର ଅଭିନେତା ରାଜକୁମାରଙ୍କ ସହିତ ନଜର ଆସିବେ । ଏହା ପ୍ରଥମ ଥର ହେବ ଯେତେବେଳେ ଏହି ଦୁଇ ଟ୍ୟାଲେଂଟେଡ ଷ୍ଟାର ଏକା ସାଙ୍ଗରେ ସ୍କ୍ରିନ ଶେୟାର କରିବେ । ରାଇଟର ଅରବିନ୍ଦ ଅଡ଼ିଗାଙ୍କ ମ୍ୟାନ ବୁକର ପୁରସ୍କାର ବିଜେତା ଉପନ୍ୟାସ ‘ଦ ହ୍ୱାଇଟ ଟାଇଗର’ ଉପରେ ଆଧାରିତ ଫିଲ୍ମ ନିର୍ମାଣ କଥା ସାମ୍ନାକୁ ଆସିଛି । ଏହି ଫିଲ୍ମକୁ ନେଟଫ୍ଲିକ୍ସରେ ରିଲିଜ କରାଯିବ । ଫିଲ୍ମର ନିର୍ଦ୍ଦେଶନା ଦେବେ ଶମିନ ବହରାନୀ ।

ତେବେ ଶମିନ ବହରାନୀଙ୍କ ସହିତ କାମ କରିବାକୁ ନେଇ ଉତ୍ସାହିତ ଥିବା କହିଛନ୍ତି ପ୍ରିୟଙ୍କା ଚୋପ୍ରା । ତେବେ ବହି ପଢିବାର ପ୍ରଥମ ଥରରେ ହିଁ ଏହା ପସନ୍ଦ ଆସିଗଲା ବୋଲି କହିଛନ୍ତି ଦେଶୀ ଗର୍ଲ । ତେବେ ବର୍ଷ ଶେଷରେ ଭାରତରେ ଫିଲ୍ମ ସୁଟିଂ ହେବ ବୋଲି ଅଭିନେତ୍ରୀ କହିଛନ୍ତି । ତେବେ ପ୍ରିୟଙ୍କା ଏବଂ ଶମିନଙ୍କ ସହିତ କାମ କରିବାକୁ ନେଇ ରାଜକୁମାର ଯଥେଷ୍ଟ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More