Only for Entertainment

ଦୀପିକାଙ୍କୁ ପଛରେ ପକାଇ ଭାରତର ୧ନମ୍ବର ମହିଳା ପାଲଟିଲେ ବଲିଉଡ ଦେଶୀଗାର୍ଲ ।

Hindustan Times
0 46

ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଦୁନିଆର ସବୁଠାରୁ ହଟ ମହିଳାଙ୍କ ନାଁରେ ସାମିଲ ହୋଇଛି । ଏହାଦ୍ୱାରା ପ୍ରିୟଙ୍କାଙ୍କ ନାଁ ଆଉ ଏକ ନୂଆ ଲିଷ୍ଟରେ ସାମିଲ ହୋଇଛି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ପ୍ରିୟଙ୍କା ଏବେ ଭାରତର ପ୍ରଥମ ମହିଳା ହୋଇଛନ୍ତି ଯାହାଙ୍କର ଇନଷ୍ଟାଗ୍ରାମରେ ଫଲୋର୍ସ ଖୁବ ଅଧିକ ଅଛନ୍ତି ।

ବଲିଉଡ ପରେ ପ୍ରିୟଙ୍କା ହଲିଉଡରେ ମଧ୍ୟ ନିଜର ଯାଦୁ କରିବାରେ ସକ୍ଷମ ହୋଇଛନ୍ତି । କ୍ୱାଂଟିକୋ ସିରିଅଲ ଜରିଆରେ ହଲିଉଡରେ ପାଦ ଦେଇଥିବା ପ୍ରିୟଙ୍କା ସାତ ସମୁଦ୍ର ପାର ହୋଇ ମଧ୍ୟ ଫେମସ ହୋଇଛନ୍ତି । ଯାହାର ପ୍ରମାଣ ହେଉଛି ତାଙ୍କ ପାଇଁ ବଢୁଥିବା ଲୋକପ୍ରିୟତା । ନିଜର ଏପରି ବଢୁଥିବା ଲୋକପ୍ରିୟତା କାରଣରୁ ପ୍ରିୟଙ୍କା ପଦ୍ମାବତ ଅଭିନେତ୍ରୀ ଦୀପିକାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ନୂଆ ରେକର୍ଡ ମୁତାବିକ ବଲିଉଡ ଦେଶୀଗାର୍ଲଙ୍କର ଇନଷ୍ଟାଗ୍ରାମରେ ଫଲୋର୍ସଙ୍କ ସଂଖ୍ୟା ୨୫ମିଲିଅନ ହୋଇଯାଇଛି । ପ୍ରିୟଙ୍କାଙ୍କର ଏହି ରେକର୍ଡ ଦୀପିକାଙ୍କୁ ପଛରେ ପକାଇ ଦେଇଛି । ଏବେ ଦୀପିକାଙ୍କ ଫଲୋର୍ସ ସଂଖ୍ୟା ଇନଷ୍ଟାଗ୍ରାମରେ ୨୪.୯ ମିଲିଅନ ହୋଇଯାଇଛି । ପ୍ରିୟଙ୍କାଙ୍କର ଏହି ନୂଆ ରେକର୍ଡ କେବଳ ଦୀପିକାଙ୍କୁ ନୁହେଁ ବରଂ ବଲିଉଡ ଏବଂ କ୍ରିକେଟର ଅନେକ ଲୋକଙ୍କୁ ପଛରେ ପକାଇ ଦେଇଛି । ଫଲୋର୍ସ ସଂଖ୍ୟା ବିଷୟରେ କହିବାକୁ ଗଲେ ବିରାଟ ୨୨.୭ମିଲିଅନ, ଆଲିୟା ଭଟ୍ଟ ୨୨.୭ମିଲିଅନ, ଏବଂ ଶ୍ରଦ୍ଧା କପୁର ୨୧.୭ମିଲିଅନ ସ୍ତରରେ ରହିଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପ୍ରିୟଙ୍କାଙ୍କର ଫଲୋର୍ସ କେବଳ ଇନଷ୍ଟାଗ୍ରାମରେ ନୁହଁନ୍ତି ବରଂ ଫେସବୁକ ଏବଂ ଟ୍ୱିଟରରେ ମଧ୍ୟ ଅଧିକ ରହିଛନ୍ତି । ଫେସବୁକରେ ପ୍ରିୟଙ୍କା ୩୭ମିଲିଅନ ଫଲୋର୍ସ ରହିଛନ୍ତି । ଏହିକାରଣରୁ ଜଣା ପଡିଛି ଯେ ବଲିଉଡରେ ଦେଶୀଗାର୍ଲ ସୋସିଆଲ ମିଡିଆର କ୍ୱିନ ପାଲଟି ଯାଇଛନ୍ତି । ଏବେ କିଛି ଦିନ ହେବ କିଛି ସେଲିବ୍ରିଟି ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି, ସେହି ତାଲିକାରେ ଐଶ୍ୱର୍ଯ୍ୟା ରାୟଙ୍କ ନାଁ ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More