Only for Entertainment

ଟରଂଟୋ ଇଂଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିବାଲରେ ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ର ପ୍ରମୋସନ୍ ବେଳେ ପ୍ରିୟଙ୍କା ହେଲେ ଇମୋସନାଲ, ଭାଇରାଲ ହେଉଛି ଭିଡିଓ !

22

ଟରଂଟୋ ଇଂଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିବାଲରେ ଦେଖିବାକୁ ମିଳିଛି ଦେଶୀଗର୍ଲଙ୍କ ଗର୍ଜିଅସ୍ ଅନ୍ଦାଜ୍ । ନିଜ ଅପକମିଂ ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ର ପ୍ରମୋସନ୍ ପାଇଁ ପୁରା ଟିମ୍ ସହ ରେଡ୍ କାର୍ପେଟରେ ପହଁଚିଥିଲେ ପ୍ରିୟଙ୍କା ଚୋପ୍ରା । ସାଥିରେ ଥିଲେ ଅଭିନେତା ଫରହାନ୍ ଅଖତର୍ ଓ ନିର୍ଦ୍ଦେଶିକା ସୋନାଲି ବୋଷ । ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ’ ଟରଂଟୋ ଇଂଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିବାଲରେ ସ୍କ୍ରିନିଂ ହୋଇଛି । ଆଉ ଏହି ଖାସ୍ ପ୍ରିମିୟର୍ ପାଇଁ ସେଠାରେ ପହଁଚିଥିଲେ ‘ଦ ସ୍କାଏ ଇଜ୍ ପିଙ୍କ’ର ପୁରା ଟିମ୍ ।

ଏଠାରେ ଆମେ କହି ରଖୁଛୁ ଯେ, ପ୍ରିୟଙ୍କା ପ୍ରଥମଥର ପ୍ରଯୋଜନା ଭାର ତୁଲାଇଛନ୍ତି , ଏହିକାରଣରୁ ଫିଲ୍ମ ଫେଷ୍ଟିଭାଲରେ ପ୍ରିୟଙ୍କା ନିଜ ଲୁହ ରୋକି ନପାରି, ଇମୋସନାଲ ହୋଇଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଅବସରରେ ଅଭିନେତ୍ରୀ ଜାୟରା ୱାସିମ୍ ଆସି ନଥିଲେ ନଜର । ବଲିଉଡରୁ ବିଦାୟ ନେବା ପରେ ନିଜ ଶେଷ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ର ପ୍ରମୋସନରେ ବି ଭାଗ ନେଇ ନାହାଁନ୍ତି ଜାୟରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More