Only for Entertainment

ପ୍ରିୟଙ୍କା ଚୋପ୍ରା ବାଂଟିବା ଆରମ୍ଭ କରିଦେଲେ ବିବାହ ମିଠା, ଖୁବ ଶୀଘ୍ର କରି ପାରନ୍ତି ବିବାହ ଘୋଷଣା !

26

ବଲିଉଡରେ ଏବେ ବିବାହ ମାହୋଲ ଚାଲିଛି । ନିକଟରେ ଦୀପିକା ଏବଂ ରଣବୀରଙ୍କ ବିବାହ ହୋଇଯାଇଛି । ଏବେ ଫ୍ୟାନ୍ସଙ୍କର ଅପେକ୍ଷା ରହିଛି ପ୍ରିୟଙ୍କାଙ୍କ ବିବାହକୁ । ପ୍ରିୟଙ୍କା ଆସନ୍ତା ମାସ ଡିସେମ୍ବରରେ ନିଜ ଠାରୁ ୧୦ବର୍ଷ ସାନ ନିକଙ୍କୁ ବିବାହ କରିବାକୁ ଯାଉଛନ୍ତି ।

 

ବିବାହ ତାରିଖ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନି କିନ୍ତୁ ୨-୩ଡିସେମ୍ବରରେ ଏହି ଯୋଡି ବିବାହ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ନିକଟରେ ବିବାହକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସିଛି । ପ୍ରିୟଙ୍କା ନିଜ ବିବାହ ପାଇଁ ଆଗାମୀ ଫିଲ୍ମ ‘ସ୍କାଇ ଇଜ ପିଙ୍କ’ ସୁଟିଂ ସେଟରେ ମିଠା ବାଂଟିଛନ୍ତି ।

 

View this post on Instagram

 

I mean the shaadi ka laddoo we don’t mind .. #macaroons #laduree #priyankachopra #nickyanka

A post shared by Indianstreetfashion (@indianstreetfashion) on

ଫିଲ୍ମରେ ପ୍ରିୟଙ୍କାଙ୍କ ସହ କାମ କରୁଛନ୍ତି ଫରହାନ ଅଖତର ଏବଂ ନିର୍ଦ୍ଦେଶକ ସୋନାଲୀ ବୋଷ ମିଠାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ମିଠାର ଖାସ କଥା ହେଉଛି ଯେ ଏହି ମିଠା ପ୍ୟାରିସରୁ ମଗାଯାଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ନିକ ଏବଂ ପ୍ରିୟଙ୍କା ୧୮ଅଗଷ୍ଟରେ ମୁମ୍ବାଇରେ ରୋକା କରିଥିଲେ । ପ୍ରିୟଙ୍କା ଏବଂ ନିକ ଖୁବ ଶୀଘ୍ର ଯୋଧପୁରରେ ବିବାହ କରିବେ ବୋଲି ଖବର ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More