Only for Entertainment

ପ୍ରିୟଙ୍କା ସହିତ ଏନଗେଜମେଣ୍ଟକୁ କନଫର୍ମ କଲେ ନିକ୍, କହିଲେ ଚାହୁଁଛି ପରିବାର ।

bollywood tadka
0 35

ଅଭିନେତ୍ରୀ ପ୍ରିୟଙ୍କା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଅମେରିକୀୟ ସିଙ୍କର ନିକ ଜୋନଙ୍କ ସହିତ ସମ୍ପର୍କ ଏବଂ ଏନଗେଜମେଣ୍ଟକୁ ନେଇ ସେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାଁନ୍ତି । କିନ୍ତୁ ଅନ୍ୟ ପକ୍ଷରେ ନିକ ଜୋନସ ପ୍ରିୟଙ୍କା ସହିତ ଏନଗେଜମେଣ୍ଟ ଖବରକୁ କନଫର୍ମ କରିଛନ୍ତି ।

pc1

ଖବର ଅନୁସାରେ ଜମେ ସାମ୍ବାଦିକ ନିକଙ୍କୁ ଏନଗେଜମେଣ୍ଟ ପାଇଁ ଶୁଭେଚ୍ଛା ଦେବା ପରେ ନିକ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ନିକଙ୍କ ଏହି ପ୍ରତିକ୍ରିୟାକୁ ନେଇ ଲୋକେ ଅନ୍ଦାଜ ଲଗାଇବା ସ୍ୱଭାବିକ ଯେ ଦୁହେଁ ଲୁଚିଛପି ଏନଗେଜମେଣ୍ଟ କରି ନେଇଛନ୍ତି । କେବଳ ଏତିକି ନୁହେଁ, ରିପୋର୍ଟରଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ସେ ଖୁବ ଶୀଘ୍ର ନିଜ ପରିବାର ଚାହୁଁଛନ୍ତି ବୋଲି କହିଥିଲେ ।

pc and nick

ଆପଣଙ୍କୁ କହିରଖୁଛୁ ଯେ କିଛି ମିଡିଆ ରିପୋର୍ଟସ ଅନୁସାରେ ପ୍ରିୟଙ୍କା ନିଜ ୩୬ ତମ ଜନ୍ମଦିନରେ ନିକଙ୍କ ସହିତ ଏନଗେଜମେଣ୍ଟ କରିଛନ୍ତି ବୋଲି ଦାବି କରାଯାଉଛି । ନିକଟରେ ପ୍ରିୟଙ୍କା ଭାରତ ଫେରିବା ପରେ ଏନଗେଜମେଣ୍ଟ ମୁଦିକୁ ଲୁଚାଇବା ଏହି ଖବରକୁ ଅଧିକ ଚର୍ଚ୍ଚାରେ ରଖିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More