Only for Entertainment

ପତି ନିକଙ୍କ ସହିତ ଲିପଲକ କରୁଥିବାର ନଜର ଆସିଲେ ପ୍ରିୟଙ୍କା ଚୋପ୍ରା ।

37

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସଙ୍କୁ ନେଇ ନିକଟ ଅତୀତରେ ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସିଥିଲା । ଯେଉଁଥିରେ କୁହାଯାଇଥିଲାଯେ ପ୍ରିୟଙ୍କା ଓ ନିକଙ୍କ ଛାଡ଼ପତ୍ର ହେବାକୁ ଯାଉଛି । କିନ୍ତୁ ଏହି କଥାରେ କୌଣସି ସତ୍ୟତା ନଥିବା କହିଥିଲେ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ଏବଂ ସଂପର୍କୀୟ ଭଉଣୀ ପରିଣୀତି ଚୋପ୍ରା । ତେବେ କେବଳ ସେ ଦୁଇଜଣ କାହିଁକି ଜନଗହଳି ସ୍ଥାନରେ ହାତରେ ହାତ ଛନ୍ଦି ରାସ୍ତାରେ ବୁଲି ପ୍ରିୟଙ୍କା ଏହା ପ୍ରମାଣିତ କରିଦେଲେଯେ ଏହା ଏକ ଉଡ଼ା ଖବର । ଏହି ଘଟଣା ପରେ ନିକ୍ୟଙ୍କ ପରସ୍ପର ସହ ବେଶ ଖୁସି ଥିବାଭଳି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହା କହିରଖିବୁଯେ ବର୍ତ୍ତମାନ ସାମ୍ନାକୁ ଆସିଥିବା ନିକ୍ୟଙ୍କାଙ୍କ ରୋମାଂଟିକ ଫଟୋ ଦେଖିବା ପରେ ନିହାତି ଭାବରେ ତାଙ୍କ ହେଟର୍ସ ମାନଙ୍କ ମୁହଁ ବନ୍ଦ ହୋଇଯିବ ।

ବାସ୍ତବରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରିୟଙ୍କା-ନିକଙ୍କ ଲିପ ଲକ ଫଟୋ । ସେମାନେ ଏକ ପାର୍ଟିରେ ଯୋଗ ଦେଇଛନ୍ତି । ପ୍ରିୟଙ୍କାଙ୍କୁ ଦେଖିବା ପରେ ଆପଣ ମଧ୍ୟ କହିବେ ପ୍ରିୟଙ୍କା ପାର୍ଟିକୁ ବେଶ ପସନ୍ଦ କରୁଛନ୍ତି । ଏଠାରେ ନିକଙ୍କ ଭାଇ ଭାଉଜ ବା ଜୋ ଏବଂ ସୋଫିଙ୍କ ପାଇଁ ପାର୍ଟି ରଖାଯାଇଥିଲା । କହିରଖୁଛୁ ଏହି ସମୟରେ ପ୍ରିୟଙ୍କା ଏବଂ ନିକ ଲିପଲକ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେଉଛି ।

ଫଟୋରେ ନିକ ସବୁ ସମୟ ଭଳି ଏହି ଥର ମଧ୍ୟ ଡ୍ୟାସିଂ ଅନ୍ଦାଜରେ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି । ଦୁଇଜଣଙ୍କ କେମେଷ୍ଟ୍ରି ତାଙ୍କ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More