Only for Entertainment

ଦ କପିଲ ଶର୍ମା’ ଶୋ’ରେ ଲାଗିବ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଦେଶୀ ତଡକା, କପିଲ ଶେୟାର କଲେ ଭିଡିଓ !

46

ଦ କପିଲ ଶର୍ମା’ ଶୋ’ରେ ଖୁବଶୀଘ୍ର ପ୍ରିୟଙ୍କା ଚୋପ୍ରା ଜୋନସ ନଜର ଆସିବେ । ନିଜ ଅପକମିଂ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ପ୍ରମୋଶନ ପାଇଁ ସେ ଆସୁଛନ୍ତି । ଫିଲ୍ମ ପ୍ରମୋଶନ ପାଇଁ କପିଲଙ୍କ ଶୋ’ରେ ପହଂଚି ପ୍ରିୟଙ୍କାଙ୍କୁ ଦେଖି କପିଲ ଖୁବ ଏଳ୍ସାଇଟେଡ ନଜର ଆସିଛନ୍ତି । ସେମିତି ତ ସମସ୍ତଙ୍କୁ ଜଣା ଯେ କପିଲ ଶର୍ମାଙ୍କ ଶୋକୁ ଯେ କେହି କଳାକାର ଆସନ୍ତି ଖୁବ ମସ୍ତି କରନ୍ତି । ଏହିଭଳି କିଛି ମସ୍ତି ସେ ପ୍ରିୟଙ୍କାଙ୍କ ସହ ମଧ୍ୟ କରିଛନ୍ତି । ଯାହାର ଭିଡିଓ ସେ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

ପ୍ରିୟଙ୍କା କପିଲଙ୍କ ସହ ଗେମ ଖେଳି କହିଛନ୍ତି ଯେ ମୋ ହାତରେ ୨କୋଟି ଟଙ୍କା ଚେକ ଅଛି, ଅନ୍ୟ ପଟେ ୬ଜଣ ଝିଅଙ୍କ ସହ ମାଲଦୀପ ଯିବା ଲାଗି ହଲିଡେ ପ୍ୟାକେଜ । ତେବେ ଆପଣ କ’ଣ ବାଛିବେ । ତେବେ କପିଲ କହିଛନ୍ତି ଯେ ତାଙ୍କୁ ୨କୋଟି ଟଙ୍କା ଆବଶ୍ୟକ । କାରଣ ସେ ଆଗରୁ ହିଁ ୬୦ହଜାରର ଟ୍ରିପ ପ୍ୟାକେଜ ନେଇ ସାରିଛନ୍ତି । ଏହାଶୁଣି ପ୍ରିୟଙ୍କା ଖୁବ ଜୋରରେ ହସିବାକୁ ଲାଗିଥିଲେ ।

କପିଲଙ୍କ ଶୋ’ରେ ପହଂଚିଥିବା ପ୍ରିୟଙ୍କାଙ୍କ ଲୁକ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଧଳା ଏବଂ ନାଲି ରଂଗର ଶାଢୀ ପିନ୍ଧି ଆସିଥିଲେ । ଏହି ଦେଶୀ ଲୁକରେ ମଧ୍ୟ ପ୍ରିୟଙ୍କା ଗ୍ଲାମରସ ନଜର ଆସିଥିଲେ । ସେ ନିଜ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ । ଆଜିକାଲି ପ୍ରିୟଙ୍କା ନିଜ ଫିଲ୍ମ ‘ସ୍କାଇ ଇଜ ପିଙ୍କ’ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୧୧ଅକ୍ଟୋବରରେ ପରଦାରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More