Only for Entertainment

ମ୍ୟାଡାମ ତୁଷାଦ ମ୍ୟୁଜିଅମରେ ପହଁଚିଲେ ପ୍ରିୟଙ୍କା ଚୋପ୍ରା ଜୋନସ, ଏଠାରେ ମଧ୍ୟ ରଚିଲେ ଇତିହାସ

Times of India
53

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ ସହିତ ହଲିଉଡରେ ମଧ୍ୟ ଭଲ ନାମ କମାଇ ସାରିଛନ୍ତି । ହଲିଉଡରେ କାମ କରିବା ପରେ ପିସି ଏବେ ପୂରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି । କିନ୍ତୁ ଏବେ ପ୍ରିୟଙ୍କା ନିଜର କୌଣସି ଫିଲ୍ମ ଫିଲ୍ମ କିମ୍ବା ଗୀତକୁ ନେଇ ଚର୍ଚ୍ଚାରେ ନାହାଁନ୍ତି ବରଂ ନିଜର ମହମ ମୂର୍ତ୍ତିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରିୟଙ୍କା ନିଜର ମହମ ମୂର୍ତ୍ତିକୁ ନେଇ ଇତିହାସ ରଚନା କରିଛନ୍ତି । ଏହା ପରେ ପ୍ରିୟଙ୍କା କେବଳ ଭାରତ ଏବଂ ଆମେରିକାରେ ନୁହେଁ ବରଂ ଏସିଆର ଅନେକ ଦେଶରେ ପରିଚିତ ହୋଇପାରିବେ ।

pc1

ଅସଲରେ ନିକଟରେ ମ୍ୟାଡାମ ତୁଷାଦ ମ୍ୟୁଜିୟମର ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରାଯାଇଛି । ଏହି ପୋଷ୍ଟରେ ପ୍ରିୟାଙ୍କା ନିଜର ମହମ ମୂର୍ତ୍ତିକୁ ଆମେରିକାର ନ୍ୟୁୟର୍କରେ ଉଦଘାଟନ କରିଥିବାର ଦେଖିବାକୁ ମିଳିଛି । ଏହା ବ୍ୟତିତ ପ୍ରିୟଙ୍କାଙ୍କ ମହମ ମୂର୍ତ୍ତି ଲଣ୍ଡନ, ବ୍ୟାଙ୍କକ, ସିଡନୀ ଏବଂ ସିଙ୍ଗାପୁରରେ ମଧ୍ୟ ଲଗାଯିବ । ପ୍ରିୟଙ୍କା ପ୍ରସିଦ୍ଧ ସିଙ୍ଗର ବିଟନୀ ହାଉସଟ୍ନଙ୍କ ପରେ ଦ୍ୱିତୀୟ ସେଲିବ୍ରିଟି ପାଲଟିଛନ୍ତି ଯାହାର ପୂରା ଦୁନିଆରେ ୬ଟି ମହମ ମୂର୍ତ୍ତି ରହିବ ।

 

ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ନିଜର ମହମ ମୂର୍ତ୍ତିକୁ ନେଇ ପ୍ରିୟଙ୍କା ଖୁବ ଖୁସି ଥିବା ନଜର ଆସିଥିଲେ । ମୂର୍ତ୍ତିକୁ ଉଦଘାଟନ କରିବା ସହିତ ସେ ଅନେକ ଫଟୋ ମଧ୍ୟ ଉଠାଇଥିଲେ ।

pc wax statue

କାମ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଇଜ ନଟ ଇଟ ରୋମାଣ୍ଟିକ’ରେ ନଜର ଆସିବେ । ଏହି ଫିଲ୍ମ ଆମେରିକାରେ ୧୩ ଫେବୃଆରୀରେ ରିଲିଜ ହେବ । ସେହିପରି ଭାରତରେ ଏହି ଫିଲ୍ମ ୨୮ ଫେବୃଆରୀରେ ନେଟଫ୍ଲିକ୍ସରେ ରିଲିଜ ହେବ । ଫିଲ୍ମରେ ସେ ଜଣେ ଯୋଗ ଟ୍ରେନର ଭୂମିକାରେ ନଜର ଆସିବେ । ସେହିପରି ସେ ଫରହାନ ଅଖତରଙ୍କ ସହିତ ବଲିଉଡ ଫିଲ୍ମ ‘ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More