Only for Entertainment

କ୍ୟାମେରା ଆଗରେ ମହିଳା ପିନ୍ଧିଥିବା ଶାଢ଼ି ଖୋଲିଗଲା , ସାହାଯ୍ୟ କଲେ ପ୍ରିୟଙ୍କା ଚୋପ୍ରା !

97

ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏଇ କିଛି ଦିନ ହେଲାଣି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ତାଙ୍କୁ ୟୁନିସେଫ୍‌ ତରଫରୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଥିବା ବେଳେ ଏବେ ସେ କରିଥିବା କାମ ପାଇଁ ଲୋକେ ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ହଠାତ୍‌ ଲୋକମାନଙ୍କ ଆଗରେ ଜଣେ ମହିଳାଙ୍କ ଶାଢ଼ି ଖସିଯିବାରୁ ପ୍ରିୟଙ୍କା ଯେଉଁଭଳି ଭାବେ ଯାଇ ତାଙ୍କୁ ଶାଢ଼ି ପିନ୍ଧାଇଥିଲେ, ତାକୁ ନେଇ ଲୋକେ ଏବେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଶାଢ଼ି ପିନ୍ଧାଇବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ପ୍ରିୟଙ୍କାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ତେବେ ପ୍ରିୟଙ୍କା କେଉଁ ଇଭେଣ୍ଟକୁ ଯିବା ସମୟରେ ଏଭଳି ଘଟଣା ଘଟିଥିଲା, ତାହା ସ୍ପଷ୍ଟ ହୋଇ ନାହିଁ ।

ପେଶାଦାର ଜୀବନକୁ ଦେଖିବାକୁ ଗଲେ ପ୍ରିୟଙ୍କା ଏବେ ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କକୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଭାରତ ଭଳି ଫିଲ୍ମ ଛାଡ଼ିଥିଲେ ବୋଲି କହିବା ସହ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More