Only for Entertainment

ମିଡିଆକୁ ଦେଖି ପ୍ରିୟଙ୍କା ଲୁଚାଇଲେ ନିର୍ବନ୍ଧ ମୁଦି, ଜାଣନ୍ତୁ ତା’ପରେ କ’ଣ ହେଲା…

DNA
0 53

ବଲିଉଡ ହେଉ କି ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ସିଙ୍ଗର ନିକ ଜୋନସ ଏମଗେଜମେଣ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଖବର ଅନୁସାରେ ପ୍ରିୟଙ୍କା ନିଜର ୩୬ ତମ ଜନ୍ମଦିନ ଅବସରରେ ନିକଙ୍କ ସହିତ ଏନଗେଜମେଣ୍ଟ କରିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଦୁହେଁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏହାକୁ ନେଇ ନା ପ୍ରିୟଙ୍କା ନା ନିକ କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହଁନ୍ତି ।

ଏନଗେଜମେଣ୍ଟ କରି ପ୍ରିୟଙ୍କା ଭାରତ ଆସିବା ପରେ ମିଡିଆ ତାଙ୍କ ଏନଗେଜମେଣ୍ଟ ମୁଦି ଖୋଜିବା ଆରମ୍ଭ କରିଦେଇଛନ୍ତି । କିନ୍ତୁ ତାଙ୍କ ହାତରେ କିଛି ଦେଖିବାକୁ ମିଳିନଥିଲା । ଜଣାପଡୁଛି ଯେ ପ୍ରିୟଙ୍କା ତାଙ୍କ ଏନଗେଜମେଣ୍ଟକୁ ନେଇ କିଛି କହିବାକୁ ଚାହୁଁନାହାଁନ୍ତି । ଏହାର ପ୍ରମାଣ ପ୍ରିୟଙ୍କାଙ୍କ ଏକ ଲାଟେଷ୍ଟ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ପ୍ରିୟଙ୍କା ଏନଗେଜମେଣ୍ଟ ମୁଦିକୁ ଜିନ୍ସ ପକେଟରେ ଲୁଚାଉଥିବାର ଦେଖିବାକୁ ମିଳିଛି ।

ନିକ ଜୋନସଙ୍କ ସିଙ୍ଗାପୁର କନସର୍ଟ ଆଟେଣ୍ଡ କରିବା ପରେ ପ୍ରିୟଙ୍କା ନିକଟରେ ଭାରତ ଫେରିଛନ୍ତି । ତାଙ୍କୁ ମୁମ୍ବାଇ ଏୟାରପୋର୍ଟ ବାହାରେ କ୍ଲିକ କରାଯାଇଥିଲା । ଏୟାରପୋର୍ଟରୁ ବାହାରକୁ ଆସିବା ସମୟରେ ମିଡିଆକୁ ଦେଖି ପ୍ରିୟଙ୍କା ହାତରୁ ମୁଦିକୁ ଓହ୍ଲାଇ ପକେଟରେ ରଖୁଥିବାର ଦେଖିବାକୁ ମିଳିଛି । ପ୍ରିୟଙ୍କାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More