Only for Entertainment

ଚିଲି ଚିକେନ ୱିଙ୍ଗ ଖାଇ କାନ୍ଦିବାକୁ ଲାଗିଲେ ପ୍ରିୟଙ୍କା, ଫିଲ୍ମ ପ୍ରମୋଶନ ସମୟର ଭିଡ଼ିଓ ଭାଇରାଲ

aajtak
38

ପ୍ରିୟଙ୍କା ଚୋପ୍ରା ଭାରତରେ ତାଙ୍କ ଫିଲ୍ମ ‘ ଦ ସ୍କାଇ ଇଜ୍ ପିଙ୍କ’ର ଜବରଦସ୍ତ ପ୍ରମୋଶନ କରିବା ପରେ ଏବେ ବିଦେଶରେ ସେ ଏହି ଫିଲ୍ମ ବିଷୟରେ ଆଲୋଚନା କରୁଛନ୍ତି । ପ୍ରତିଦିନ ପ୍ରିୟଙ୍କା ଆମେରିକାର ନୂଆ ନୂଆ ଶୋ’ରେ ଫିଲ୍ମର ପ୍ରମୋଶନ କରୁଛନ୍ତି । ନିକଟରେ ପ୍ରିୟଙ୍କା ଜିମି ଫେଲନଙ୍କ ଶୋ ‘ ଦ ଟୁନାଇଟ ଶୋ ୱିଦ ଜିମି’ରେ ନଜର ଆସିଥିଲେ ।

 

ଏହା ପ୍ରଥମ ଥର ଥିଲା ଯେତେବେଳେ କୌଣସି ହିନ୍ଦୀ ଫିଲ୍ମର ପ୍ରମୋଶନ କରିବା ପାଇଁ କେହି ଷ୍ଟାର ଜିମିଙ୍କ ଶୋ’ରେ ପହଂଚିଥିଲେ । ପ୍ରିୟଙ୍କା ତାଙ୍କ ବଲିଉଡ ଫିଲ୍ମକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରୁଛନ୍ତି । ଏହି ଶୋ’ରେ ପ୍ରିୟଙ୍କାଙ୍କୁ ରାଗ ଚିଲ୍ଲି ଚିକେନ ୱିଙ୍ଗ୍ସ ଖାଇ ପ୍ରଶ୍ନର ଉତ୍ତର ଦେବାର ଥିଲା । ଏହି ମଧ୍ୟରେ ପ୍ରିୟଙ୍କା ରାଗ ଚିଲ୍ଲି ଚିକେନ ଖାଇ କାନ୍ଦି କାନ୍ଦି ପ୍ରଶ୍ନର ଉତ୍ତର ଦେଉଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More