Only for Entertainment

ସୋସିଆଲ ମିଡିଆରେ ଫଟୋ ଭାଇରାଲ, ପ୍ରିୟଙ୍କାଙ୍କ ପରି ଦେଖାଯାଉଥିବା ଏହି ମଡେଲ କିଏ ?

Republic World
0 46

ବଲିଉଡ ଅଭିନେତ୍ରୀଙ୍କ ପରି ଅବିକଳ ଚେହେରା ଅଧିକାଂଶ ସମୟରେ ନଜର ଆସିଥିବା ଆମେ ଦେଖିବାକୁ ପାଇଛେ । ପ୍ରିୟଙ୍କାଙ୍କ ପରି ଦେଖାଯାଉଥିବା ଅନେକ ଚେହେରା ପୂର୍ବରୁ ସାମ୍ନାକୁ ଆସିଛି । କିନ୍ତୁ ଏଥର ପାଳି ପଡିଛି ଆମେରିକାର ମଡେଲ ମେଗନ ମିଲାନଙ୍କର । ମେଗନଙ୍କ ଚେହେରା କିଛି ମାତ୍ରାରେ ପ୍ରିୟଙ୍କାଙ୍କ ସହିତ ମିଶୁଛି ।

megan-milan

ମେଗନ ଇଂଷ୍ଟାଗ୍ରାମରେ ଅନେକ ୱେବସାଇଟର ସ୍କ୍ରିନସଟର୍ସ ଶେୟାର କରିଛନ୍ତି ଯେଉଁଥିରେ ମେଗନ ଏବଂ ପ୍ରିୟଙ୍କା ବିଷୟରେ ଅନେକ ଷ୍ଟୋରୀ କରାଯାଇଛି । ସୋସିଆଲ ମିଡିଆରେ ମେଗନ ଏବଂ ପ୍ରିୟଙ୍କାଙ୍କ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

megan1

ମେଗନଙ୍କର ଇଂଷ୍ଟାଗ୍ରାମରେ ୭ ଲକ୍ଷ ୧୧ ହଜାର ଓ ଟୁଇଟରରେ ୧ ଲକ୍ଷ ୩୮ ହଜାର ଫଲୋୟର୍ସ ଅଛନ୍ତି । ଇଂଷ୍ଟାଗ୍ରାମ ଏବଂ ଟୁଇଟରରେ ମେଗନଙ୍କର ଏପରି ଅନେକ ଫଟୋ ରହିଛି ଯେଉଁଥିରେ ସେ ପ୍ରିୟଙ୍କାଙ୍କ ପରି ଦେଖାଯାଉଛନ୍ତି । ପ୍ରିୟଙ୍କାଙ୍କ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ବର୍ତ୍ତମାନ ନ୍ୟୁୟର୍କରେ କ୍ୱାଣ୍ଟିକୋର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More