Only for Entertainment

ଦେଢଶୁରଙ୍କ ଫଙ୍କସନରେ ସବୁ ପ୍ରଶଂସା ଲୁଟିନେଲେ ପ୍ରିୟଙ୍କା, ପିଙ୍କ ଶାଢୀରେ ନଜର ଆସିଲେ ଦେଶୀ ଗର୍ଲ ।

64

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦେଢଶୁର ଏବଂ ଜା ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ ପ୍ୟାରିସରେ ହେବାକୁ ଯାଉଛି । ଏଥିପାଇଁ ପୂରା ପରିବାର ପ୍ୟାରିସରେ ୪-୫ ଦିନ ପାଇଁ ଅଛନ୍ତି । ବିବାହର ଫଙ୍କସନ ଆରମ୍ଭ ହୋଇ ସାରିଛି । ତେଣୁ ପ୍ରତିଦିନ ଜୋନସ ପରିବାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ପୁଣିଥରେ ଜୋନସ ପରିବାରର କିଛି ଫଟୋ ସାମ୍ନାକୁ ଆସିଛି ।

ବାସ୍ତବରେ ଶନିବାରକୁ ଫଟୋଗ୍ରାଫର ସେରମନି ରଖା ଯାଇଥିଲା । ଫଙ୍କସନରେ ପ୍ରିୟଙ୍କା ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ପିଙ୍କ ଶାଢୀରେ ପ୍ରିୟଙ୍କାଙ୍କୁ ଦେଖିଲେ ଚାନ୍ଦ ଚମକିବା ଭଳି ମନେ ହେଉଛି । ନିକ ଫର୍ମାଲ ଲୁକରେ ନଜର ଆସିଛନ୍ତି ଏବଂ ଦୁଇଜଣ ଖୁବ ହସାହସି ହେଉଥିବାର ନଜର ଆସିଛନ୍ତି । ଦର୍ଶକ ଦୁଇଜଣଙ୍କୁ କେମେଷ୍ଟ୍ରିକୁ ବେଶ ପସନ୍ଦ କରୁଛନ୍ତି । ଫଙ୍କସନରେ ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗ ସାମିଲ ଥିଲେ ।

 

ସବୁଠାରୁ ଖାସ କଥା ହେଉଛି ସମସ୍ତେ ପ୍ରିୟଙ୍କା ଫଟୋ ଉଠାଇବାରେ ବ୍ୟସ୍ତ ଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More