Only for Entertainment

ନିକ ଜୋନସଙ୍କ ମ୍ୟୁଜିକ ଭିଡିଓରେ ଛାଇଲେ ପ୍ରିୟଙ୍କା ଚୋପ୍ରା, ଇଂଗ୍ରାଜୀ ଧୁନରେ ନାଚିଲେ ଦେଶୀଗର୍ଲ

Capital FM
52

ପ୍ରିୟଙ୍କା ଚୋପ୍ରା ପତି ନିକ ଜୋନସଙ୍କ ମ୍ୟୁଜିକ ଭିଡିଓ ‘ସକର’ ସହିତ ହଲିଉଡ ମ୍ୟୁଜିକ ଭିଡିଓ ଆଲବମରେ ଡେବ୍ୟୁ କରିଛନ୍ତି । ଏହି ଭିଡିଓରେ ନିକ ଜୋନସଙ୍କ ସହିତ ପ୍ରିୟଙ୍କା ତ ନଜର ଆସିଛନ୍ତି ତା ସହିତ ନିକଙ୍କ ଦୁଇ ଭାଇ ଏବଂ ତାଙ୍କ ପତ୍ନୀ ନଜର ଆସିଛନ୍ତି । ଏହି ମ୍ୟୁଜିକ ଭିଡିଓ ଜରିଆରେ ଜୋନଓ ବ୍ରଦର୍ସ ଆଲବମ ଦୁନିଆକୁ ୬ ବର୍ଷ ପରେ କମବ୍ୟାକ କରିଛନ୍ତି ।

ଏହି କମବ୍ୟାକ ମ୍ୟୁଜିକ ଆଲବମରେ ଜୋନସ ବ୍ରଦର୍ସ ନିଜ ନିଜର ବେଟରହାଫଙ୍କୁ ମଧ୍ୟ ସାଥିରେ ରଖିଛନ୍ତି । କିଛି ଦିନ ପୂର୍ବେ ପ୍ରିୟଙ୍କା ଏହି ମ୍ୟୁଜିକ ଭିଡିଓର ପୋଷ୍ଟର ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏବେ ଏହା ରିଲିଜ ହୋଇସାରିଛି । ଏହି ମ୍ୟୁଜିକ ଭିଡିଓରେ ପ୍ରିୟଙ୍କା ପତ ନିକ, ତାଙ୍କ ଭାଇ ଏବଂ ଭାଉଜଙ୍କ ସହିତ ଝୁମୁଥିବାର ନଜର ଆସିଛନ୍ତି ।

ଏହି ମ୍ୟୁଜିକ ଭିଡିଓର ସଙ୍ଗୀତ ଏବଂ ଲିରିକ୍ସ ଖୁବ ସୁନ୍ଦ ହୋଇଛି । ଜୋନଓ ବ୍ରଦର୍ସ ୬ ବର୍ଷ ପୂର୍ବେ ନିଜ ପାର୍ଟନରସିପକୁ ଶେଷ କରି ଭିନ୍ନ ଭିନ୍ନ ରାସ୍ତାରେ ଯାଇଥିଲେ । କିନ୍ତୁ ନିକଙ୍କ ବିବାହ ପରେ ତିନି ଭାଇ ପୁଣିଥରେ ମ୍ୟୁଜିକ ଭିଡିଓ ନେଇ ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More