Only for Entertainment

କିରଣ ରାଓଙ୍କ ପରେ ଏବେ ଦୀପିକା ହେବେ ଏହି ପ୍ରତିଷ୍ଠିତ ଫିଲ୍ମ ଫେଷ୍ଟିଭାଲର ଚେୟାରପର୍ସନ ।

27

ଦୀପିକା ଏବେ ବଲିଉଡର ସବୁଠାରୁ ଭରସାଯୋଗ୍ୟ ତାରକାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କର ବିଗତ ଫିଲ୍ମ ପଦ୍ମାବତ ବକ୍ସ ଅଫିସରେ ବ୍ଲକବଷ୍ଟର ପ୍ରମାଣିତ ହୋଇଛି । ରଣବୀରଙ୍କ ସହିତ ବିବାହ ପରେ ଦୁଇଜଣଙ୍କର ବ୍ରାଣ୍ଡ ଭାଲ୍ୟୁ ଅଧିକ ବଢିଯାଇଛି । ଏବେ ଦୀପିକା ମୁମ୍ବାଇ ଏକାଡେମୀ ଅଫ ମୁଭିଙ୍ଗ ଇମେଜର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି ।

ଦୀପିକାଙ୍କ ପୂର୍ବରୁ କିରଣ ରାଓ ୪ ବର୍ଷ ପର୍ଯ୍ୟନ୍ତ ଚେୟାରପର୍ସନ ଥିଲେ । ଏତେ ବଡ଼ ଦାୟୀତ୍ୱ ମିଳିଥିବାରୁ ଦୀପିକା ନିଜକୁ ଖୁବ ଗୌରବାନ୍ୱିତ ମନେ କରୁଥିବା କହିଛନ୍ତି ।

ଦୀପିକାଙ୍କୁ ଏହି ଯାତ୍ରା ପାଇଁ କିରନ ଶୁଭକାମନା ଜଣାଇଛନ୍ତି । ଆବଶ୍ୟକ ସ୍ଥଳରେ ସେ ଦୀପିକାଙ୍କୁ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More