Only for Entertainment

ପ୍ରିୟଙ୍କା ଚୋପ୍ରା-ନିକ ଜୋନସଙ୍କୁ ଖଣ୍ଡାରେ କାଟିବାକୁ ପଡିଲା ବିବାହ କେକ୍, ଏହା ହେଉଛି କାରଣ, ଦେଖନ୍ତୁ ଭିଡିଓ ।

Onmanorama
39

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକାନ ସିଙ୍ଗର ନିକ ଜୋନସଙ୍କ ବିବାହ ଏବେ ଖୁବ ଚର୍ଚ୍ଚାରେ । ୧-୨ ଡିସେମ୍ବରରେ ଦୁହେଁ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ୪ ଡିସେମ୍ବରରେ ଏହି ନବ ଦମ୍ପତ୍ତି ନିଜର ପ୍ରଥମ ବିବାହ ରିସେପ୍ସନ ଦେଇଥିଲେ । ଏହି ରିସେପ୍ସନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପହଁଚିଥିଲେ । ଇତି ମଧ୍ୟରେ ପ୍ରିୟଙ୍କା ଏବଂ ନକଙ୍କ ବିବାହର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଦୁୁହେଁ ଭିନ୍ନ ଅନ୍ଦାଜରେ ୱେଡିଂ କେକ କାଟୁଥିବାର ନଜର ଆସିଛନ୍ତି ।

 

ଅସଲରେ ପ୍ରିୟଙ୍କା ଏବଂ ନିକ ଜୋନସଙ୍କ ଖ୍ରୀଷ୍ଟିଆନ ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରିୟଙ୍କା ଏବଂ ନିକ ଭିନ୍ନ ଅନ୍ଦାଜରେ ବିବାହ କେକ କାଟୁଥିବାର ନଜର ଆସିଛନ୍ତି । କୁହାଯାଉଛି ଯେ ପ୍ରିୟଙ୍କା ଏବଂ ନିକଙ୍କ ବିବାହର କେକ ୧୮ ଫୁଟ ଲମ୍ବା ଏବଂ ୬ ମହଲା ବିଶିଷ୍ଟ ଥିଲା । କେକକୁ ମହଲର ଲୁକ ଦିଆଯାଇଥିଲା । କେକ୍ ଏତେ ବଡ ଥିଲା ଯେ ଦୁହେଁ ଖଣ୍ଡାରେ କେକକୁ କାଟିଥିଲେ । କେକ୍ କାଟିବା ସମୟରେ ଦୁହେଁ ଏହାକୁ ଭରପୁର ଏଞ୍ଜୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More