Only for Entertainment

ପୁଣି ଥରେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନୋସ

youtube
30

ପୁଣି ଥରେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନୋସ ।ଷ୍ଟାର କପଲଙ୍କ ମ୍ୟାରେଜ ଡେଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ଚଳିତ ବର୍ଷ ନଭେମ୍ବରରେ ପ୍ରିୟଙ୍କା-ନିକଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେଲିବ୍ରେଟି ଯୋଡି ନିଜ ଗ୍ରାଣ୍ଡ ୱେଡିଙ୍ଗ ପାଇଁ ଯୋଧପୁର ପସନ୍ଦ କରିଥିବା ଖବର ଉଠିଛି । ଯୋଧପୁରର ମେହେରନାଗଡ଼ ଫୋର୍ଟ ଏନେଇ ବୁକିଂ କରାଯାଇଥିବା ଚର୍ଚ୍ଚା ମଧ୍ୟ ହୋଇଛି ।ନିକଟରେ ପ୍ରିୟଙ୍କା ଓ ନିକ ନଜ ସାଙ୍ଗଙ୍କ ଜନ୍ମଦିନରେ ଯୋଗ ଦେବା ପାଇଁ ଯୋଧପୁର ଯାଇଥିଲେ ।ଯୋଧପୁରରେ ପହଁଚି ନିଜ ବାହାଘର ପାଇଁ ଠିକଣା ଖୋଜୁଥିବା ଖବର ଆସିଥିଲା ।ନିର୍ବନ୍ଧ ଶେଷ ପରେ ଇଟାଲୀରେ ଏମାନଙ୍କ ବାହାଘର ।ହେବା ନେଇ ଗଣମାଧ୍ୟମରେ ଖବର ଜୋର ଧରିଥିଲା ।ତେବେ ପ୍ରିୟଙ୍କା ନିଜ ଦେଶରେ ବାହାଘର ପାଇଁ ମନବଳାଇବା ଯୋଗୁଁ ମ୍ୟାରେଜ ଡେଷ୍ଟିନେସନ ବଦଳିଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More