Only for Entertainment

ମେଗନ ମର୍କେଲଙ୍କୁ ରିକ୍ସାରେ ମୁମ୍ବାଇ ବୁଲାଇବେ ପ୍ରିୟଙ୍କା ଚେପ୍ରା, ଜାଣନ୍ତୁ କ’ଣ ରହିଛି ପୂରା ପ୍ଲାନିଂ ।

Us Weekly
0 27

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ । ଅନେକ ଦିନ ହେବ ନିକଙ୍କ ସହିତ ସମ୍ପର୍କରେ ରହିବା ପରେ ଶେଷରେ ଦୁହେଁ ପଂଜାବୀ ପରମ୍ପରାରେ ରୋକା କରିଛନ୍ତି । ଏହାପରେ ପ୍ରିୟଙ୍କା ନିକଙ୍କ ସହିତ ଫଟୋ ସେୟାର କରି ଏନଗେଜମେଣ୍ଟକୁ ଅଫିସିଆଲ ଭାବେ ଘୋଷଣା କରିଥିଲେ । ଆମେରିକୀୟ ସିଙ୍ଗର ନିକ ଜୋନସଙ୍କ ସହିତ ଏନଗେଜମେଣ୍ଟ କରିବା ପରେ ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୁହେଁ ଅକ୍ଟୋବରରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ତେବେ ପ୍ରିୟଙ୍କା ବିବାହରେ ତାଙ୍କର ଘନିଷ୍ଠ ବାନ୍ଧବୀ ଅର୍ଥାତ ବ୍ରିଟେନର ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ମେଗନ ମର୍କେଲ ଯୋଗ ଦେବେ କି ନାହିଁ ଜାଣିବା ପାଇଁ ଚାହିଁ ରହିଛନ୍ତି ।

ଖବର ଅନୁସାରେ ପ୍ରିୟଙ୍କାଙ୍କ ବିବାହରେ ମେଗନ ମର୍କେଲ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରିୟଙ୍କା ମେଗନଙ୍କ ପାଇଁ ସବୁକିଛି ପ୍ଲାନିଂ କରି ସାରିଛନ୍ତି । ପ୍ରିୟଙ୍କା କହିଛନ୍ତି ତାଙ୍କର ପ୍ରିୟ ବାନ୍ଧବୀ ମେଗନଙ୍କ ପାଇଁ ସେ ଏକ ରିକ୍ସା ଭଡାରେ ନେବେ ଏବଂ ପୂରା ଦିନ ମେଗନଙ୍କୁ ଆମଚି ମୁମ୍ବାଇର ମଜାଦାର ଯାତ୍ରା କରାଇବେ ।

priyanka and meghan

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ମୁମ୍ବାଇର ମୁଖ୍ୟ ସ୍ଥାନ ଗୁଡିକରେ ସେମାନେ ରହିବେ ଏବଂ ସେଠାରେ ଖାଇବା, ପିଇବା ସହିତ ପୂରା ଦିନ ପାର୍ଟି କରିବେ । ପ୍ରିୟଙ୍କା ଚାହୁଁଛନ୍ତି ମେଗନ ପ୍ରକୃତ ମୁମ୍ବାଇକୁ ଦେଖନ୍ତୁ ଏବଂ ଉପଭୋଗ କରନ୍ତୁ । ଆଶା କରାଯାଇଛି ବ୍ରିଟେନ ରାଜପରିବାରର ବୋହୂ ଏହାକୁ ଖୁବ ପସନ୍ଦ କରିବେ ।

କହିରଖୁଛୁ ଯେ ଚଳିତବର୍ଷ ବ୍ରିଟେନର ପ୍ରିନ୍ସ ହ୍ୟାରୀ ଏବଂ ଆମେରିକୀୟ ଅଭିନେତ୍ରୀ ମେଗନ ମର୍କେଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ରୟାଲ ୱେଡିଂରେ ପ୍ରିୟଙ୍କା ମେଗନଙ୍କ ବାନ୍ଧବୀ ଭାବେ ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More