Only for Entertainment

ଭାରତ ଫେରିଲେ ଦେଶୀ ଗାର୍ଲ, ପ୍ରଶଂସକ କଲେ ଏପରି ସ୍ୱାଗତ

StyleCaster
0 62

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଭାରତ ଫେରି ଆସିଛନ୍ତି । ଲମ୍ବା ସମୟ ବ୍ୟବଧାନ ପରେ ପ୍ରିୟଙ୍କା ଭାରତ ଫେରିଥିବାରୁ ତାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା । ଏନ୍ୟ ପକ୍ଷରେ ଲମ୍ବା ବ୍ୟବଧାନ ପରେ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ଉତ୍ସାହିତ ଥିଲେ । ପ୍ରିୟଙ୍କାଙ୍କ ପ୍ରଶଂସଙ୍କ ମାନେ ତାଙ୍କୁ ସ୍ୱାଗତ ମଧ୍ୟ କରିଥିଲେ ।

priyanka

ପ୍ରିୟଙ୍କା ଏୟାରପୋର୍ଟରେ ପହଁଚିବା ପରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଲାଗିରହିଥିଲା । ତାଙ୍କୁ ସ୍ୱାଗତ କରିବା ପାଇଁ ଫୁଲ ସହିତ ଚକୋଲେଟ ମଧ୍ୟ ନେଇ ପହଁଚିଥିଲେ ଫ୍ୟାନମାନେ । ଲୋକଙ୍କ ଭଲପାଇବା ଦେଖି ପ୍ରିୟଙ୍କା ମଧ୍ୟ ଖୁସି ହୋଇଯାଇଥିଲେ । ଏୟାରପୋର୍ଟରେ ପ୍ରିୟଙ୍କା ନୀଳ ରଙ୍ଗର ଟ୍ରାଉଜର ସହିତ ଧଳା ରଙ୍ଗର ଟପରେ ନଜର ଆସିଥିଲେ ।

priyankaa

ପ୍ରିୟଙ୍କା କିଛି ଦିନ ଧରି ନ୍ୟୁୟର୍କରେ ‘କ୍ୱାଣ୍ଟିକୋ’ର ସୁଟିଂରେ ବ୍ୟସ୍ତ ଥିଲେ । କିନ୍ତୁ ଖବର ଆସୁଛି କି ପ୍ରିୟଙ୍କା ଖୁବ ଶୀଘ୍ର କଳ୍ପନା ଚାୱଲାଙ୍କ ବାୟୋପିକରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More