Only for Entertainment

ଦିଲ୍ଲୀରେ ମାସ୍କ ସହିତ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ପ୍ରଦୂଷଣକୁ ନେଇ କହିଲେ ଏହି କଥା

zee news
31

ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ଖାସ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ଫିଲ୍ମ୍ ‘ଦ ସ୍କାଏ ଇଜ ପିଙ୍କ’ରେ ନଜର ଆସିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରିପାରିଲା ନାହିଁ । ପ୍ରିୟଙ୍କା ଏବେ ଦିଲ୍ଲୀରେ ‘ଦ ହ୍ୱାଇଟ ଟାଇଗର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ବିଷୟରେ ସୂଚନା ଦେଇ ପ୍ରିୟଙ୍କା ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପ୍ରିୟଙ୍କା ମୁହଁରେ ମାସ୍କ ଲଗାଇଥିବା ନଜର ଆସିଛନ୍ତି ।

ପ୍ରିୟଙ୍କା ଫଟୋ ସେୟାର କରି ଲେଖିଛନ୍ତି, ‘‘ଦ ହ୍ୱାଇଟ ଟାଇଗର’ର ସୁଟିଂ ଦିନ । ଏବେ ଏଠାରେ ସୁଟିଂ କରିବା କେତେ କଠିନ ଆପଣ ଚିନ୍ତା ମଧ୍ୟ କରିପାରିବେ ନାହିଁ । ଆମେ ଭାଗ୍ୟବାନ ଆମ ପାଖରେ ଏୟାର ପ୍ୟୁରିଫାୟର ମାସ୍କ ପରି ସୁବିଧା ରହିଛି । କିନ୍ତୁ ଗରିବ ଏବଂ ଘର ନଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ସମସ୍ତେ ନିଜର ଧ୍ୟାନ ରଖନ୍ତୁ ।’

 

କହିରଖୁଛୁ ଯେ, ଦିଲ୍ଲୀ ଏବଂ ଏହାର ଆଖ ପାଖ ଅଂଚଳରେ ବାୟୁ ପ୍ରଦୂଷଣ ଗମ୍ଭୀର ଶ୍ରେଣୀରେ ପହଁଚିଛି । ଦିଲ୍ଲୀ ସରକାର ଶୁକ୍ରବାର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ । ଦିଲ୍ଲୀରେ ସୋମବାର ମଧ୍ୟ ପ୍ରଦୂଷଣ ମାତ୍ରା ସମାନ ପରିମାଣରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More