Only for Entertainment

ପ୍ରିୟଙ୍କାଙ୍କ ହୃଦୟ ଜିତିଲେ ଗ୍ରେଟା ଟୁନବର୍ଗ, ପରିବେଶକୁ ନେଇ ନିଆରା ଉଦାହରଣ

india today
27

୨୦୧୯ ଜାତିସଂଘ ଜଳବାୟୁ ସମ୍ମିଳନୀରେ ୧୬ ବର୍ଷୀୟା ପରିବେଶ କର୍ମୀ ଗ୍ରେଟା ଟୁନ୍‌ବର୍ଗଙ୍କ ଭାଷଣ ବିଶ୍ବ ନେତାମାନଙ୍କୁ ଚମକାଇ ଦେଇଥିଲା। ଗ୍ରେଟା ସୋମବାର ଦିନ ଜାତିସଂଘରେ ଜଳବାୟୁ ସଙ୍କଟ ଉପରେ ଉଦ୍‌ବୋଧନ ଦେଇଥିଲେ। ‌ଗ୍ରେଟାଙ୍କ ଭାଷଣ ବେଶ୍‌ ମର୍ମସ୍ପର୍ଶୀ ଥିଲା। ଗ୍ରେଟାଙ୍କ ଆବେଗପୂର୍ଣ୍ଣ ଭାଷଣ ପରେ ବିଶ୍ବ ନେତାମାନେ ଏ ସଂପର୍କରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ। ତେବେ ଗ୍ରେଟାଙ୍କ ଭାଷଣରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଅନୁପ୍ରାଣିତ କରିଛି | ପ୍ରିୟଙ୍କା କହିଛନ୍ତି ଯେ ଭଲ କଥା ହେଉଛି ଯେ ପିଲାମାନେ ପରିବେଶକୁ ନେଇ ବେଶ ଜାଗ୍ରତ ହୋଇପଡିଛନ୍ତି | ଗ୍ରେଟାଙ୍କ ଭାଷଣ ତାଙ୍କୁ ଜଣେ ବୟସ୍କଙ୍କ ଭାବରେ ପ୍ରେରଣା ଦେଇଛି |

 

View this post on Instagram

 

Listen. Learn. Think. Act!! @gretathunberg

A post shared by Alia 🌸 (@aliaabhatt) on


 

ଏଠାରେ ସୂଚନା ଥାଉ କି ଜଳବାୟୁ ସମ୍ମିଳନୀରେ ଗ୍ରେଟାଙ୍କ ଭାଷଣ କିଛି ଏହିପରି ଥିଲା | ‘ଆପଣମାନେ ଆମକୁ କେବଳ ମିଛ ଆଶା ଦେଖାଇ ଚାଲିଛନ୍ତି। ଆପଣମାନେ କେମିତି ଏହା କରିବାକୁ ସାହସ କରୁଛନ୍ତି !ଆପଣମାନେ ମୋ ସ୍ବପ୍ନ ଏବଂ ମୋ ଶୈଶବକୁ କେବଳ ଫମ୍ପା ଶବ୍ଦରେ ଚୋରାଇ ନେଇଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ଏଯାବତ୍‌ ଭାଗ୍ୟ ମୋ ସହିତ ଅଛି। ଏବେ ଜନତା ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି। ଲୋକେ ଛଟପଟ ହୋଇ ମରୁଛନ୍ତି। ସମଗ୍ର ଜୀବଜଗତ ଜଳବାୟୁ ସଙ୍କଟ ପାଇଁ ଏବେ ଭୟାନକ ବିପଦ ଭିତରେ ରହିଛି। ଆମେ ଏବେ ଗଣ ବିଲୁପ୍ତି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଥିବାବେଳେ ଆପଣମାନେ ସମସ୍ତେ କେବଳ ଆର୍ଥିକ ବିକାଶର ମନଲୋଭା କଥା ଶୁଣାଉଛନ୍ତି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More