Only for Entertainment

ପ୍ରଥମ ବିବାହ ବାର୍ଷିକୀରେ ପ୍ରିୟଙ୍କାଙ୍କୁ ମିଳିଲା ଖୁସି ଖବର

68

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହକୁ ୧ ବର୍ଷ ପୂରି ଯାଇଛି । ଏହି ଦୁଇଜଣ ୨୦୧୮ରେ ଡିସେମ୍ବର ୧ ଓ ୨ ତାରିଖରେ ଯୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ କାର୍ଯ୍ୟ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ରୀତିନୀତିରେ ସମ୍ପନ୍ନ ହୋଇଥିଲା । ପ୍ରଥମ ବିବାହ ବାର୍ଷିକୀ ଉପଲକ୍ଷେ ପ୍ରିୟଙ୍କା ଓ ନିକ ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଥମ ବିବାହ ବାର୍ଷିକୀର ଶୁଭେତ୍ସା ଜଣାଇଥିଲେ । ପ୍ରିୟଙ୍କା ଏକ ଛୋଟ ଭିଡ଼ିଓ ଶେୟାର  କରିଥିଲେ ଯେଉଁଥିରେ ସେ ନିକଙ୍କ ହାତ ଧରିଛନ୍ତି । ଏହା ବ୍ୟତୀତ ଦୁଇଜଣ ବିବାହର ଗୋଟିଏ ଗୋଟିଏ ଫଟୋ ମଧ୍ୟ ଶେୟାର କରିଥିଲେ । ।

ସୂଚନା ଅନୁଯାୟୀ, ‘ମାରାକେଚ୍‌ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌’ ପ୍ରିୟଙ୍କାଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ପ୍ରିୟଙ୍କାଙ୍କୁ ଏହି ସମ୍ମାନ ମୋରୋକ୍କୋର ଐତିହାସିକ ସ୍ଥଳ ‘ଜେମା ଏଲ୍‌ ଫନା ସ୍କୋୟାର୍‌’ରେ ଦିଆଯିବ। ପ୍ରିୟଙ୍କା ପ୍ରଥମ ଭାରତୀୟ ମହିଳା ସେଲେବ୍ରିଟି ହେବେ ଯାହାଙ୍କୁ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ କରାଯିବ।  ପୂର୍ବରୁ ୨୦୧୨ରେ ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନ ମିଳିଥିଲା। ସୂଚନା ଅନୁଯାୟୀ, ଏହି ଫେଷ୍ଟିଭାଲ୍‌ରେ ପ୍ରିୟଙ୍କାଙ୍କ ବ୍ୟତୀତ ଆଉ ତିନି ଜଣଙ୍କୁ ଚଳଚ୍ଚିତ୍ର ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ। ସେମାନେ ହେଉଛନ୍ତି, ଆମେରିକାର ଜଣାଶୁଣା ନିର୍ଦ୍ଦେଶକ ରବର୍ଟ ରେଡ୍‌ଫୋର୍ଡ, ଫ୍ରେଞ୍ଚ୍ ଫିଲ୍ମ ନିର୍ମାତା ବରଟ୍ରାଣ୍ଡ ତାବେର୍ନିୟର୍ ଓ ମୋରୋକ୍କୋର ଫିଲ୍ମ ଷ୍ଟାର୍‌ ମୋଆନା ଫତ୍ତେୟୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More