Only for Entertainment

ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଖୁଲାସା, ‘କ୍ରିସ-୪’ ରେ ଏହି ଅଭିନେତ୍ରୀ ଆସିବେ ନଜର

you tube
0 59

ବଲିଉଡ ଦେଶୀ ଗାର୍ଲ ଏବଂ ବଲିଉଡ ରୁ ହଲିଉଡ ଅଭିନେତ୍ରୀ ପାଲଟିଥିବା ପ୍ରିୟଙ୍କା ଚୋପ୍ରା ‘କ୍ରିସ-୪’ରେ ନଜର ଆସିପାରନ୍ତି । ବଲିଉଡ ଫିଲ୍ମ ନିର୍ମାତା ରାକେଶ ରୋଶନ ଖୁବ ଶୀଘ୍ର ‘କ୍ରିସ-୪’ରେ ନିର୍ମାଣ କରିବାକୁ ଯାଉଛନ୍ତି । ‘କ୍ରିସ’ ସିରିଜରେ ପ୍ରିୟଙ୍କା ଚୋପ୍ରା ଲିଡ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି । ତେବେ ପ୍ରିୟଙ୍କା ଚୋପ୍ରା ପୁଣିଥରେ ‘କ୍ରିସ’ ସିରିଜରେ ହ୍ରିତିକ ରୋଶନଙ୍କ ସହିତ ନଜର ଆସିପାରନ୍ତି ।

ଫିଲ୍ମର ନିର୍ଦ୍ଦେଶକ ରାକେଶ ରୋଶନ ଏହି ଖବର କୁ କନଫର୍ମ କରିଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କ ଭାଗରେ କେତେ ପ୍ରତିଶତ କ୍ରିନ ସ୍ପେସ ରହିବ ତାହା ବିଷୟରେ ସେ କିଛି କହିନାହାନ୍ତି । ସେ କହିଛନ୍ତି ଯେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ କାମ କରିବା ମଜାଦାର ରହିବ । କିଛି ଦିନ ପୂର୍ବେ ଶୁଣିବାକୁ ମିଳିଥିଲା ଯେ ପ୍ରିୟଙ୍କା ଏବଂ ହ୍ରିତିକଙ୍କ ମଧ୍ୟରେ ଥିବା ବିବାଦ କାରଣରୁ ପ୍ରିୟଙ୍କାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ ନାହିଁ । କିନ୍ତୁ ରାକେଶ ରୋଶନ ଏହି ଗୁମରଙ୍କୁ ମିଥ୍ୟା ବୋଲି ପ୍ରମାଣିତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କ୍ରିସ ସିରିଜର ପ୍ରଥମ ଫିଲ୍ମ କୋଇ ମିଲ ଗୟା ୨୦୦୩ରେ ରିଲିଜ ହୋଇଥିଲା । ଫିଲ୍ମରେ ହ୍ରିତିକ ରୋଶନଙ୍କ ସହିତ ପ୍ରିତି ଜିଣ୍ଟା ନଜର ଆସିଥିଲେ । ଖବର ଅନୁସାରେ ରାକେଶ ରୋଶନ ଏହା ସହିତ ‘କ୍ରିସ-୪’ ଏବଂ ‘କ୍ରିସ-୫’ର ସୁଟିଂ ଆରମ୍ଭ କରିବେ । ପ୍ରିୟଙ୍କାଙ୍କ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ବର୍ତ୍ତମାନ ଲସ ଆଞ୍ଜେଲସରେ ଅଛନ୍ତି । ଖୁବ ଶୀଘ୍ର ଭାରତ ଫେରି ସେ ଫିଲ୍ମ ‘ଭାରତ’ର ସୁଟିଂ କରିବେ । ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ସଲମାନ ଖାନ ଏବଂ ଦିଶା ପଟ୍ଟାନୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More