Only for Entertainment

ପ୍ରିୟଙ୍କା ଏବଂ ଫରହାନ ଅଖତର ସୁଟିଂ ପରେ ସମୁଦ୍ର ପାଖେ ଏଭଳି କଲେ ଏନଜୟ !

33

ବଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା କିଛି ଦିନ ହେବ ନିଜର ଅପକମିଂ ଫିଲ୍ମ ‘ସ୍କାଇ ଇଜ ପିଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ ଆଣ୍ଡାମାନ ଆଇଲାଣ୍ଡରେ ଥିଲେ । ଏହି ସିଡ୍ୟୁଲର ସୁଟିଂ ଶେଷ ହୋଇଯାଇଛି । ପ୍ରଡକ୍ସନ ଟିମ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଅକାଉଂଟରେ ଏହା ଶେୟାର କରିଛନ୍ତି । ଏହାବ୍ୟତୀତ ଆଣ୍ଡାମାନର ସୁନ୍ଦର ଦୃଶ୍ୟ ମଧ୍ୟରେ ଟିମ ସହ ପ୍ରିୟଙ୍କା ମସ୍ତି କରୁଥିବାର ଫଟୋ ମଧ୍ୟ ଶେୟାର କରିଛନ୍ତି । ରାୟ କପୂର ଫିଲ୍ମ୍ସ ଫଟୋ ଶେୟାର କରି ପୋଷ୍ଟ କରିଛନ୍ତି ।

 

View this post on Instagram

 

Umbrellas are fun. ☂️ @rohitsaraf10 @faroutakhtar #theskyispink

A post shared by Priyanka Chopra Jonas (@priyankachopra) on


ଏଠାରେ ଆମେ କହି ରଖୁଛୁ ପିସିଙ୍କ ବ୍ୟତୀତ ଫରହାନ ଅଖତର ଏବଂ ଜାୟରା ବାସିମ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ମୋଟିବେଶନଲ ସ୍ପିକର ଆଇଶା ଚୌଧୁରୀ ଜୀବନ ଉପରେ ଆଧାରିତ । ଫିଲ୍ମ ସହ ପ୍ରିୟଙ୍କା ଚୋପ୍ରା ଏକ ପ୍ରଡ୍ୟୁସର ଭାବେ ମଧ୍ୟ ନିଜ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ଫିଲ୍ମ ୧୧ଅକ୍ଟୋବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More