Only for Entertainment

‘କ୍ୱାଣ୍ଟିକୋ’ ବିବାଦକୁ ନେଇ ମୁହଁ ଖୋଲିଲେ ପ୍ରିୟଙ୍କା, କହିଲେ ମୁଁ ଭାରତୀୟ ହୋଇଥିବାରୁ ଗର୍ବ ଅନୁଭବ କରେ ।

AXN Asia
0 76

ବଲିଉଡରୁ ଇଣ୍ଟରନ୍ୟାସନାଲ ଆଇକନ ହୋଇପାରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ଆମେରିକୀୟ ଶୋ’ ‘କ୍ୱାଣ୍ଟିକୋ ସିଜିନ ୩’ ଏବେ ବିବାଦରେ ଘେରି ରହିଛି । ଖବର ଅନୁସାରେ ‘କ୍ୱାଣ୍ଟିକୋ ୩’ର ଏକ ଏପିସୋଡରେ ଆତଙ୍କ ହାମଲା ପଛରେ ଭାରତୀୟ ରାଷ୍ଟ୍ରବାଦର ହାତ ଅଛି ବୋଲି କୁହାଯାଇଥିଲା । ଏହାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଲୋକେ ପ୍ରିୟଙ୍କା ଉପରେ ତାଙ୍କ କ୍ରୋଧ ପ୍ରକାଶ କରିଛନ୍ତି ।

ଏହି ମାମଲାରେ ଏବେ ପ୍ରିୟଙ୍କା ନିଜ ମୁହଁ ଖୋଲିଛନ୍ତି । ପ୍ରିୟଙ୍କା ଏହି ମାମଲା ପାଇଁ କ୍ଷମା ମାଗିଛନ୍ତି । ଏହା ପୂର୍ବରୁ ହିନ୍ଦୀ ଆତଙ୍କବାଦ ସିନ ପାଇଁ ‘କ୍ୱାଣ୍ଟିକୋ’ ଟିମ କ୍ଷମା ମାଗିସାରିଛନ୍ତି ।


ପ୍ରିୟଙ୍କା ଏହି ମାମଲାକୁ ନେଇ ଟୁଇଟ କରି ଲେଖିଥିଲେ ‘କ୍ୱାଣ୍ଟିକୋର ଏହି ଏପିସୋଡକୁ ନେଇ କିଛି ଲୋକଙ୍କୁ ଭାବନାତ୍ମକ ଆଘାତ ଦେଇଛି । ଏଥିପାଇଁ ମୁଁ ଖୁବ ଦୁଃଖିତ । ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି । ଏପରି କରିବା ମୋର ଉଦ୍ଦେଶ୍ୟ ନଥିଲା ନା କେବେ ରହିବ ।’ ଏହା ସହିତ ସେ କହିଥିଲେ ମୁଁ ଭାରତୀୟ ଭାବେ ଗର୍ବ ଅନୁଭବ କରେ ଏବଂ ଏହା କେବେ ବଦଳିବ ନାହିଁ ।


ଖବର ଅନୁସାରେ ‘କ୍ୱାଣ୍ଟିକୋ ୩’ର ଏହି ଏପିସୋଡରେ ଭାରତ ଏବଂ ପାକିସ୍ତାନର ଶାନ୍ତି ବାର୍ତ୍ତା ପୂର୍ବରୁ ନ୍ୟୁୟର୍କରେ ପରମାଣୁ ଆତଙ୍କ ହାମଲାର ଷଡଯନ୍ତ୍ର ବିଷୟରେ ଖବର ମିଳୁଥିବା ଦର୍ଶାଯାଇଛି । ଏହା ଷଡଯନ୍ତ୍ରରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରାଯାଏ ଏବଂ ତାହା ପାଖରୁ ରୃଦ୍ରାକ୍ଷ ମିଳିଥାଏ । ଏହା ପରେ ପ୍ରିୟଙ୍କା କୁହନ୍ତି ଇଣ୍ଡିଆନ ନ୍ୟାସନାଲିଷ୍ଟ ଯେ ହାମଲା କରି ପାକିସ୍ତାନକୁ ବଦନାମ କରିବା ପାଇଁ ଚାହୁଁଛି । ପ୍ରିୟଙ୍କା ‘କ୍ୱାଣ୍ଟିକୋ ୩’ରେ ଏଲେକ୍ସ ପ୍ୟାରିଶ ଭୂମିକାରେ ନଜର ଆସିଛନ୍ତି ଯେ ଜଣେ ଏଫବିଆଇ ଏଜେଣ୍ଟ । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିବାଦ ବଢିବାକୁ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More