Only for Entertainment

ପ୍ରିୟଙ୍କାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଦେଲେ ଏହି ଖାସ ଉପହାର, ଆରମ୍ଭ କଲେ ସ୍ୱତନ୍ତ୍ର ଅଭିଯାନ ।

zee news
0 41

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଆଜି ନିଜର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । କିନ୍ତୁ ପ୍ରିୟଙ୍କା ଭାରତରେ ନୁହେଁ ନ୍ୟୁୟର୍କରେ ବୟଫ୍ରେଣ୍ଡ ନିକଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନମାନେ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି ।

ପ୍ରିୟଙ୍କାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ‘ଗୋ ଫଣ୍ଡ’ ନାମକ ଏକ ପେଜ କ୍ରିଏଟ କରିଛନ୍ତି । ଏହି ପେଜ ଜରିଆରେ ସେ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଅପିଲ କରୁଛନ୍ତି । ଏହି ଅଭିଯାନରେ ଯେଉଁ ଅର୍ଥ ମିଳିବ ତାହାକୁ ପ୍ରିୟଙ୍କା ଜଡିତ ଥିବା ସାମାଜିକ ସଙ୍ଗଠନରେ ବଣ୍ଟାଯିବ । ପ୍ରିୟଙ୍କା ମଧ୍ୟ ୟୁନିସେଫର ଗୁଡୱିଲ ଆମ୍ବାସାଡାର । ତେବେ ତାଙ୍କ ଫ୍ୟାନମାନେ ଏପରି କରୁଥିବା ଶୁଣି ସେ ଖୁବ ଖୁସି ଥିବା ଜଣାପଡିଛି । ଏହି ଅଭିଯାନ ଫଳରେ ଅନେକ ଗରିବ ପିଲାଙ୍କୁ ସାହାଯ୍ୟ କରାଯିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଖୁବ ଶୀଘ୍ର ସଲମାନଙ୍କ ସହିତ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ଆରମ୍ଭ କରିବେ । ଏହା ସହିତ ସେ ‘ସ୍କାଏ ଇଜ ପିଙ୍କ’ ଫିଲ୍ମର ମଧ୍ୟ କାମ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More