Only for Entertainment

ମଧୁ ଚୋପ୍ରାଙ୍କ ଖୁଲାସା, କହିଲେ ଏହି କାରଣରୁ ଛପା ହୋଇନଥିଲା ପ୍ରିୟଙ୍କା-ନିକଙ୍କ ବିବାହ କାର୍ଡ ।

Zee News
34

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକାନ ସିଙ୍ଗର ନିକ ଜୋନସ ରିବାର ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ଭାରତୀୟ ପରମ୍ପରାରେ ବିବାହ କରିଛନ୍ତି । ଏହା ପୂର୍ବରୁ ଦୁହେଁ ଖ୍ରୀଷ୍ଟିଆନ ରିତି ନିତିରେ ୧ ଡିସେମ୍ବରରେ ବିବାହ କରିଥିଲେ । ଏହି ବିବାହ ମଧ୍ୟ ଉମ୍ମେଦ ଭବନ ପ୍ୟାଲେସରେ ଅନୁଷ୍ଠିତ ହୋଇଥିଲା । ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା କହିଛନ୍ତି ଯେ, କ’ଣ ପାଇଁ ନିକ-ପ୍ରିୟଙ୍କାଙ୍କ ବିବାହ କାର୍ଡ ଛପା ହୋଇନଥିଲା । ମଧୁ ଚୋପ୍ରାଙ୍କ କହିବା ଅନୁସାରେ ବିବାହ କାଡ ର୍ର ଆବଶ୍ୟକତା ନଥିଲା । ସେଥିପାଇଁ ବିବାହ କାର୍ଡ କାହାକୁ ମଧ୍ୟ ଦିଆଯାଇନଥିଲା । ଯେଉଁମାନେ ବିବାହରେ ଯୋଗଦେବେ ସେମାନିଙ୍କୁ ଫୋନ ଜରିଆରେ ହିଁ ନିମନ୍ତ୍ରଣ କରାଯାଇଥିଲା ।

pri

କହିରଖୁଛୁ ଯେ, ପ୍ରିୟଙ୍କା ଏବଂ ନିକଙ୍କ ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲା । ବିବାହରେ ପାଖାପାଖି ୮୦ ଲୋକ ଯୋଗ ଦେଇଥିଲେ । ଏପରି କି ପ୍ରିୟଙ୍କାଙ୍କ ଜନ୍ମସ୍ଥାନ ବରେଲିର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇନଥିଲା । ପ୍ରିୟଙ୍କାଙ୍କ ମା’ଙ୍କ କହିବା ଅନୁସାରେ ନିମନ୍ତ୍ରଣ ପତ୍ର ପଠାନଯାଇ ମଧ୍ୟ ସେମାନେ ଶୁଭେଚ୍ଛା ପଠାଉଛନ୍ତି । ମିଠା ବାଣ୍ଟି ବାଣ ଫୁଟାଇ ଖୁସି ମନାଉଛନ୍ତି । ବ୍ୟସ୍ତ ଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜାଣାଇ ପାରିନି । ବିବାହ ସରିବା ପରେ ମୁଁ ସେମାନଙ୍କ ସହିତ ସମ୍ପର୍କ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More