Only for Entertainment

ନାୟିକା ହୋଇ ମଧ୍ୟ ଅନ୍ୟ ଭଳି ଈର୍ଷା ନ କରି ଦୀପିକାଙ୍କ ପାଇଁ ଏହି ଖାସ କାମ କରିଥିଲେ ପ୍ରିୟଙ୍କା ଚୋପ୍ରା ।

youtube
0 43

କୁହାଯାଏ ଦୁଇ ଜଣ ନାୟିକା କେବେ ମଧ୍ୟ ଭଲ ସାଙ୍ଗ ହୋଇପାରିବେ ନାହିଁ । କାରଣ ସେମାନଙ୍କ ମଧ୍ୟରେ ସବୁବେଳେ ଈର୍ଷା ନାମକ ଏକ ଶତ୍ରୁତା ଜାତ ହୋଇଥାଏ । ତାହା ହଲିଉଡ ହେଉ ବା ବଲିଉଡ ଭଳି ଅନ୍ୟ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରି । ଜଣେ ଅନ୍ୟ ଜଣକୁ ଈର୍ଷା କରିଥାନ୍ତି ଏବଂ ଏହା ସେମାନଙ୍କ ମଧ୍ୟରେ ଅତି ସାଧାରଣ କଥା । ଉଦାହରଣ ସ୍ୱରୂପ କରୀନା ଏବଂ ବିପାଶା ବସୁଙ୍କ ମଧ୍ୟରେ ମଧ୍ୟ ଫିଲ୍ମ ସୁଟିଂ ସମୟରେ ସେହିଭଳି କିଛି ହୋଇଥିଲା । ଯେଉଁ କାରଣରୁ ଦୁଇ ଜଣ କେବେ ମଧ୍ୟ କଥା ହୁଅନ୍ତି ନାହିଁ ।


ବାସ୍ତବେର ଫିଲ୍ମ ଅଜନାବି ସୁଟିଂ ସମୟରେ କରୀନାଙ୍କ କଷ୍ଟ୍ୟୁମ ଡିଜାଇନର କରୀନାଙ୍କୁ ନ ପଚାରି ବିପାଶଙ୍କୁ କଷ୍ଟ୍ୟୁମ ବାଛିବା ପାଇଁ କିଛି ସାହାଯ୍ୟ କରିଥିଲେ । ଏହାପରେ କରୀନା ରାଗି ଯାଇଥିଲେ ଏବଂ ବିପାଶାଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା । ଖବର ଅନୁସାରେ ଦୁଇ ଜଣଙ୍କ ମଧ୍ୟରେ ହାତସଫେଇ ମଧ୍ୟ ହୋଇଥିଲା । କରୀନା ବିପାଶାଙ୍କୁ ଚାପୁଡ଼ା ମାରିଥିଲେ ବୋଲି କୁହାଯାଏ । କରୀନା ବିପାଶାଙ୍କୁ କାଳି ବିଲେଇ ବୋଲି ମଧ୍ୟ ଡାକିଥିଲେ । ତେଣୁ ଏହା କେବଳ ଏହି ଦୁଇ ନାୟିକାଙ୍କ କ୍ଷେତ୍ରରେ ହୋଇନଥାଏ ବରଂ ଇଣ୍ଡଷ୍ଟ୍ରିରେ ଅନେକଙ୍କ ସହିତ ଏଭଳି ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବାଜିରାଓ ମସ୍ତାନୀ ସୁଟିଂ ସମୟରେ ଦୀପିକା ଏବଂ କରୀନାଙ୍କ ମଧ୍ୟରେ କିଛି ଏଭଳି ହୋଇଥିଲା ଯାହାକୁ ସମସ୍ତେ ଖୁବ ପସନ୍ଦ କରିଥିଲେ ।

ବାସ୍ତବରେ ପ୍ରିୟଙ୍କା ବିଦେଶରୁ ନିଜ ଡ୍ୟାନ୍ସ ନମ୍ବର ପାଇଁ ଏକ ଡ୍ୟାନ୍ସ କିଟ ଅର୍ଡର କରିଥିଲେ । ତେବେ ଖାସ କଥା ହେଉଛି ତାଙ୍କ ମଧ୍ୟରେ ଈର୍ଷା ନଥିଲା,ସେ ଠିକ ସେହିଭଳି ଏକ ଡ୍ୟାନ୍ସ କିଟ ଦୀପିକାଙ୍କ ପାଇଁ ମଧ୍ୟ ଅର୍ଡର କରିଥିଲେ । ଏହି କଥା ସେମାନଙ୍କ କୋରିଓଗ୍ରାଫର ସାମ୍ପା ଜଣାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ସେଭଳି କୌଣସି ପ୍ରତିଯୋଗୀତା ଥିବା କେବେ ମଧ୍ୟ ଦେଖିବାକୁ ମିଳିନାହିଁ ଏବଂ ଦୁଇ ଜଣ ଖୁବ ଭଲ ସାଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More