Only for Entertainment

ହଲିଉଡରେ ବର୍ଣ୍ଣବୈଷମ୍ୟର ଶୀକାର ହେଲେ ପ୍ରିୟଙ୍କା ଚୋପ୍ରା,ହାତରୁ ଚାଲିଗଲା ଫିଲ୍ମ ।

the indian express
0 43

ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ହଲିଉଡରେ ମଧ୍ୟ ନିଜର ସାନଦାର ଅଭିନୟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ହଲିଉଡରେ ନିଜର କିଛି ପ୍ରୋଜେକ୍ଟ ଯୋଗୁଁ ସେ ଏବେ ସେଠାରେ ରହୁଛନ୍ତି । କିନ୍ତୁ ହଲିଉଡରେ ପ୍ରିୟଙ୍କା ନିଜ ରଙ୍ଗ ପାଇଁ ଏକ ଫିଲ୍ମକୁ ହରାଇଛନ୍ତି । ଏହି କଥା ନିଜେ ପ୍ରିୟଙ୍କା କହିଛନ୍ତି । ସେ କହିଛନ୍ତିଯେ ବର୍ଣ୍ଣବୈଷମ୍ୟ କାରଣରୁ ତାଙ୍କୁ ଏକ ଫିଲ୍ମ ମିଳିପାରିଲା ନାହିଁ ।

ଏକ ମାଗାଜିନକୁ ଇଂଟରଭ୍ୟୁ ଦେବା ସମୟରେ ସେ ଏହି କଥା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ପୂର୍ବ ବର୍ଷ ସେ ନିଜର ରଙ୍ଗ କାରଣରୁ ହଲିଉଡରେ ଏକ ଫିଲ୍ମ ହରାଇଥିଲେ । ଯେଉଁଥିପାଇଁ ସେ ଖୁବ ନିରାଶ ମଧ୍ୟ ହୋଇଛନ୍ତି ।
ବାସ୍ତବରେ ଥରେ ପ୍ରିୟଙ୍କାଙ୍କ ମ୍ୟାନେଜରଙ୍କୁ କୌଣସି ଷ୍ଟୁଡିଓରୁ ଏକ କଲ ଆସିଥିଲା । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଜିକାଲିଟି ଠିକ ନାହିଁ ବୋଲି କହିଥିଲେ । ଏହାକୁ ବୁଝି ନପାରିବାରୁ ତାଙ୍କ ମ୍ୟାନେଜର କହିଲେଯେ ଫିଲ୍ମ ନିର୍ମାତାଙ୍କୁ ତାଙ୍କ ଫିଲ୍ମ ପାଇଁ ବ୍ରାଉନ ଚେହେରାର ଆବଶ୍ୟକତା ନାହିଁ । ଏହାପରେ ପ୍ରିୟଙ୍କା ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ନଥିବା କଥାକୁ ମଧ୍ୟ ଉଠାଇଥିଲେ । ସେ କହିଲେଯେ ଦୁନିଆକୁ ଏବେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଚିନ୍ତାଧାରା,ଜ୍ଞାନ ଏବଂ ବ୍ୟବହାର ସ୍ତରରେ ଖୁବ ବିକାଶ କରିବାକୁ ପଡ଼ିବ । ଯେତେବେଳ ଏହି ଛୋଟ ଚିନ୍ତାଧାରା ଦୂର ହେବ ସେହି ସମୟରେ ସମସ୍ୟାର ସମାଧାନ ହୋଇପାରିବ ।

ହଲିଉଡରେ ଏହି ରଙ୍ଗଭେଦ ସମସ୍ୟା ୮୦ ବର୍ଷ ଧରି ଚାଲିଆସୁଛି । ସମୟ ସମୟରେ କଳାକାରଙ୍କୁ ଏହାର ଶୀକାର ହେବାକୁ ପଡ଼ୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More