Only for Entertainment

ପ୍ରିୟଙ୍କା ଛାଡ଼ିଲେ ସଲମାନଙ୍କ ଫିଲ୍ମ ଭାରତ,ନିକଙ୍କ ସହିତ ବିବାହ ହେଉଛି କାରଣ ।

Screener TV
0 67

ବଲିଉଡରେ ଏକ ଆଶ୍ଚର୍ଯ୍ୟ ହେବାଭଳି ଖବର ଶୁଣିବାକୁ ମିଳିଛି । ପ୍ରିୟଙ୍କା ଚୋପ୍ରା ସଲମାନଙ୍କ ଫିଲ୍ମ ଭାରତ ଛାଡ଼ି ସାରିଛନ୍ତି । ଏହି ଖବର ନିଜେ ଫିଲ୍ମର ନିର୍ଦ୍ଦେଶକ ଅଲି ଅବାସ ଜଫର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ପ୍ରିୟଙ୍କ ୨ ବର୍ଷ ପରେ ଏହି ପ୍ରୋଜେକ୍ଟରେ ଫେରୁଥିଲେ ।

ଅଲି ଅବାସ ଜଫର ଟ୍ୱିଟ କରି ଲେଖିଛନ୍ତିଯେ ପ୍ରିୟଙ୍କା ଚୋପ୍ରା ଏବେ ଫିଲ୍ମ ଭାରତରେ ଭାଗୀଦାର ନାହାଁନ୍ତି । ତାଙ୍କ ନିଷ୍ପତ୍ତି ପାଇଁ ଆମେ ସମସ୍ତେ ଖୁବ ଖୁସି ଅଛୁ । ଏହା ତାଙ୍କ ପାଇଁ ବହୁତ ଖାସ । ପ୍ରିୟଙ୍କା ନିକଙ୍କ ନେଇ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କୁ ଟିମ ଭାରତ ତରଫରୁ ଖୁବ ଭଲପାଇବା ଏବଂ ଅଭିନନ୍ଦନ । ନିକଟରେ ପ୍ରିୟଙ୍କା ନିକଙ୍କୁ ତାଙ୍କ ମା ଓ ପରିବାର ସହିତ ସାକ୍ଷାତ କରିଥିଲେ ।

ଫିଲ୍ମ ଭାରତ ଛାଡ଼ିବାର କାରଣ ତାଙ୍କ ବିବାହ ବୋଲି କେତେକ ମିଡିଆରୁ ଖବର ଆସୁଥିବା ସମୟରେ ଅନ୍ୟ କେତେକ କହୁଛନ୍ତିଯେ ସେ ବଡ଼ ପ୍ରୋଜେକ୍ଟ ସାଇନ କରିଥିବାରୁ ଏହାକୁ ଛାଡ଼ିଛନ୍ତି ।

ସଲମାନଙ୍କ ଫିଲ୍ମ ଭାରତର ସୁଟିଂ ଆରମ୍ଭ ହୋଇସାରିଛି । ସଲମାନଙ୍କ ସହିତ ଫିଲ୍ମରେ ଦିଶା ପଟାନୀ ଏବଂ ତବୁ ନଜର ଆସିଛନ୍ତି । ପ୍ରିୟଙ୍କା ଭାରତ ବ୍ୟତୀତ ସୋନାଲି ବୋସଙ୍କ ଦ ସ୍କାଏ ଇଜ ପିଙ୍କ ସାଇନ କରିଛନ୍ତି । ସେହି ଫିଲ୍ମରେ ପ୍ରିୟଙ୍କାଙ୍କ ସହିତ ଜାୟରା ବସୀମ ଏବଂ ପରହାନ ଅଖତର ନଜର ଆସିବେ । ତେବେ ଏହି ଫିଲ୍ମ ପ୍ରିୟଙ୍କା କରିବେ ନା ଛାଡ଼ିବେ ତାହାର ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More