Only for Entertainment

ରଣବୀର ଓ ଦୀପିକାଙ୍କ ଭଳି ଲିକ ହେଲା ପ୍ରିୟଙ୍କା ଏବଂ ନିକଙ୍କ ବିବାହ ବିବରଣୀ ।

youtube
29

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ବିଦେଶୀ ବାବୁ ନିକ ଜୋନଓ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।ପ୍ରଥମ ଥର ସେମାନଙ୍କ ବିବାହର ସଂପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିଛି । ଦୀପବୀର ୨୮ ନଭେମ୍ବରକୁ ବିବାହର ଦ୍ୱିତୀୟ ରିସେପସନ ଦେବେ ଏବଂ ଠି କସେହି ଦିନ ଠାରୁ ଆରମ୍ଭ ହେବ ପ୍ରିୟଙ୍କା ନିକଙ୍କ ବିବାହ ପ୍ରସ୍ତୁତି ।ଖବର ଅନୁସାରେ ଦୁଇଜଣ ୨୮ ନଭେମ୍ବରକୁ ଯୋଦ୍ଧପୁରର ଉମେଦ ଭବନରେ ବହଂଚିବେ ଏବଂ ୨୯ ଓ ୩୦କୁ ବିବାହର ସମସ୍ତ କାର୍ଯ୍ୟ ପୂରା ହେବ ।

ରକଷ୍ଟାର ନିକ ନିଜ ସଙ୍ଗୀତରେ ପ୍ରିୟଙ୍କାଙ୍କୁ ଖୁସି କରିବା ପାଇଁ ଲାଗିଛନ୍ତି ।ସେ ଏକ ବଲିଉଡରେ ଗୀତରେ ଡ୍ୟାନ୍ସ କରିବେ । ବିଦେଶୀ ଅତିଥିଙ୍କ ଲିଷ୍ଟରେ ମେଗନ ମର୍କେଲଙ୍କ ନାମ ସର୍ବ ପ୍ରଥମେ ରହିଛି । ଏହା ସହିତ ପ୍ରିନ୍ସ ହ୍ୟାରୀଙ୍କୁ ମଧ୍ୟ ବିବାହରେ ନିମନ୍ତ୍ରଣ କରାଯାଇଛି ।ଏହା ସହିତ ଖବର ମଧ୍ୟ ରହିଛି କାମ ଥିବା କାରଣରୁ ପ୍ରିନ୍ସ ହ୍ୟାରୀ ବିବାହରେ ସାମିଲ ହୋଇପାରିବେ ନାହିଁ ।

ଆପଣଙ୍କୁ କହିରଖୁଛୁଯେ ପ୍ରିୟଙ୍କା ଏବଂ ମେଗନ ମର୍କେଲ ଖୁବ ଭଲ ସାଙ୍ଗ ।ପ୍ରିୟଙ୍କା ଏହି ବର୍ଷ ମଇରେ ତାଙ୍କ ବିବାହରେ ସାମିଲ ହୋଇଥିଲେ ।ପ୍ରିୟଙ୍କା ଅମେଜାନଙ୍କ ସହିତ ମିଶି ୧୪.୧୩୧.୮୬ ଆମେରିକୀୟ ଡଲାରର ୱେଡିଙ୍ଗ ରେଜିଷ୍ଟ୍ରି ଗାଇଡ ପ୍ରସ୍ତୁତ କରିଛନ୍ତି ।କେବଳ ସେତିକି ନୁର୍ହେ ଏହି ଗାଇଡରେ ପ୍ରିୟଙ୍କାଙ୍କ ପସନ୍ଦର ଉପହାର ସାମିଲ ରହିଛି ।ଏହି ଗାଇଡରେୁ ଜାଣିହେବଯେ କପଲଙ୍କୁ କେଉଁଭଳି ଉପହାର ଦିଆଯାଇପାରିବ ।ପ୍ରିୟଙ୍କା ଏବଂ ତାଙ୍କ ମା’ଙ୍କୁ କିଛି ଦିନ ପୂର୍ବରୁ ପ୍ୟାରସରେ ଦେଖିବାକୁ ମିଳିଥିଲା,ଯେଉଁଠାରେ ସେ ତାଙ୍କ ବନ୍ଧୁ ମାନଙ୍କୁ ଦେବାପାଇଁ ଖାସ ମିଠା କିଣୁଥିଲେ । ପ୍ରିୟଙ୍କାଙ୍କ ମା ବିବାହର ସମସ୍ତ ପ୍ରସ୍ତୁତିକୁ ତଦାରଖ କରୁଛନ୍ତି । ପ୍ରିୟଙ୍କା ଅବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କ ପ୍ରସ୍ତୁତ ଡ୍ରେସ ବିବାହରେ ପିନ୍ଧିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More