Only for Entertainment

କେବେ ୧୭ ବର୍ଷ ବଡ଼ ଶାହାରୁଖଙ୍କ ପ୍ରେମରେ ପଡ଼ିଥିଲେ ପ୍ରିୟଙ୍କା,ଏବେ ୧୦ ବର୍ଷ ସାନ ।

amarujala
0 54

ପ୍ରିୟଙ୍କା ଏବେ ତାଙ୍କ ଅପକମିଂ ଫିଲ୍ମ ବ୍ୟତୀତ ନିଜ ଅଫେୟରକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ପ୍ରିୟଙ୍କାଙ୍କ ଅଫେୟର ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ । ପ୍ରିୟଙ୍କା ଏବଂ ଆମେିରକାନ ସିଙ୍ଗର ଏବଂ ଆକ୍ଟର ନି କ ଜୋନସଙ୍କ ସହିତ ଅଫେୟର ଖୁବ ଚର୍ଚ୍ଚାରେ ରହିଛି ।

ନିକ ପ୍ରିୟଙ୍କାଙ୍କ ଠାରୁ ୧୦ ବର୍ଷ ସାନ । ନିକଙ୍କ ବୟସ ୨୫ ବର୍ଷ । ସେ ୧୯୯୨ରେ ଜନ୍ମ ହୋଇଛନ୍ତି । ପ୍ରିୟଙ୍କାଙ୍କ ବୟସ ୩୫ ବର୍ଷ । ସେ ୧୯୮୨ରେ ଜନ୍ମ ହୋଇଛନ୍ତି । ତେବେ ପ୍ରିୟଙ୍କାଙ୍କ ମାଙ୍କ କହିବା ଅନୁସାରେ କୌଣସି ବିଦେଶୀ ସହିତ ପ୍ରିୟଙ୍କାଙ୍କୁ ନେଇ ମୁଁ କେବେ ମଧ୍ୟ ଭାବିପାରିବି ନାହିଁ । ବାସ୍ତବ କଥା ପ୍ରିୟଙ୍କା କହିବେ ।

 

ଏହା ପୂର୍ବରୁ ଶାହାରୁଖଙ୍କ ଉପରେ ପ୍ରିୟଙ୍କା ହୃଦୟ ଆସିଥିଲା । ଫିଲ୍ମ ‘ଡନ’ରେ ଦୁଇଜଣଙ୍କ ମଧ୍ୟରେ ସଂପର୍କ ନଜର ଆସିଥିଲା । ଦୁଇଜଣଙ୍କୁ ବିଭିନ୍ନ ସମୟରେ ଏକା ସାଙ୍ଗରେ ସ୍ପଟ କରାଯାଉଥିଲା ।

 


ଖବର ଅନୁସାରେ ଦିପେ ଗୌରୀ ପ୍ରିୟଙ୍କାଙ୍କୁ ଘରକୁ ଡାକିଲେ ଏବଂ କିଙ୍ଗ ଖାନଙ୍କ ଠାରୁ ଦୂରରେ ରହିବାକୁ କହିଥିଲେ । ଏହାପରେ ପ୍ରିୟଙ୍କା ଶାହାରୁଖଙ୍କ ଠାରୁ ଦୂରେଇ ଯାଇଥିଲେ । ଏହାପରେ ଦୁଇଜଣ ପରସ୍ପରର ସଂସ୍ପର୍ଶରେ ଆସିନଥିଲେ । କେତେକ ମୌକାରେ ଦୁଇଜଣ ଉଭୟଙ୍କ ଠାରୁ ଦୂରତା ବଜାୟ ରଖନ୍ତି । ତେବେ ଖାସ କଥା ହେଉଛିଯେ ସେତେବେଳେ ପ୍ରିୟଙ୍କାଙ୍କୁ ୧୭ ବର୍ଷ ବଡ଼ ଅଭିନେତାଙ୍କୁ ପ୍ରେମ ହୋଇଥିଲା ଏବଂ ଏବେ ୧୦ ବର୍ଷ ସାନ ଅଭିନେତାଙ୍କୁ ପ୍ରେମ ହୋଇଛି ବୋଲି କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More