Only for Entertainment

ଏକ୍ସ ଗର୍ଲଫ୍ରେଣ୍ଡକୁ ସୋସିଆଲ ମିଡିଆରେ ହଟ ଲେଖିଲେ ନିକ, ସାମ୍ନାକୁ ଆସିଲା ପତ୍ନୀ ପ୍ରିୟାଙ୍କାଙ୍କ ପ୍ରତିକ୍ରିୟା ।

43

ପ୍ରିୟଙ୍କା ପତି ନିକଙ୍କୁ ଖୁବ ଭଲ ପାଆନ୍ତି । ଯାହାର ଉତ୍ତର ଏକ ଇଂଟରଭ୍ୟୁ ମାଧ୍ୟମରେ ମିଳିଥିଲା । କାରଣ ସେ କହିଥିଲେଯେ ସେ ଯେଉଁଭଳି ଜୀବନସାଥି ଚାହୁଁଥିଲେ ନିକ ଠିକ ସେହିଭଳି । ଅନ୍ୟ ମାନେ ତାଙ୍କୁ ଠିକ ଭାବରେ ବୁଝି ପାରିନଥିଲେ ତେଣୁ ସେ କାହାକୁ ବିବାହ କରିନଥିଲେ । କିନ୍ତୁ ପ୍ରିୟଙ୍କାଙ୍କୁ ନିକ ଠିକ ସେହିଭଳି ବୁଝି ପାରିଥିଲେ ଯେଉଁଭଳି ସେ ଚାହୁଁଥିଲେ, ତେଣୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇ ଜଣ ଏକ ସୁନ୍ଦର ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଦୁହିଁଙ୍କୁ ନେଇ  ଏକ ଖବର ସାମ୍ନାକୁ ଆସିଛି । ନିକ୍‌ ନିଜ ପୂର୍ବ ପ୍ରେମିକାଙ୍କ ସହ କଥା ହେଉଥିବା ଦେଖି ପ୍ରିୟଙ୍କା ଯେଉଁଭଳି ଭାବରେ ନିଜର ପ୍ରତିକ୍ରିୟା ରଖିଥିଲେ, ତାହା ସମସ୍ତଙ୍କ ହୃଦୟ କିଣି ନେଇଛି ।

 

ସୂଚନା ମୁତାବକ, ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍‌ ହଲିଉଡ୍‌ ଅଭିନେତ୍ରୀ ମାଇଲି ସାଇରସ୍‌ଙ୍କୁ ଡେଟ୍‌ କରୁଥିଲେ । କିନ୍ତୁ ଦୁହେଁ ଅଲଗା ହେବା ପରେ ନିକ୍‌ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଏବେ ମାଇଲି ନିଜର ଏକ ପୁରୁଣା ଫଟୋକୁ ଇନ୍‌ଷ୍ଟାରେ ନିକ୍‌ଙ୍କୁ ପଠାଇଥିଲେ । ଫଟୋରେ ମାଇଲି ଏବଂ ତାଙ୍କ ସାନ ଭଉଣୀ ନଜର ଆସୁଥିବା ଦେଖା ଯାଇଛି । ପୁରୁଣା ଫଟୋ ଦେଖିବା ପରେ ନିକ୍‌ ହଟ୍‌ ବୋଲି କହି ମାଇଲିଙ୍କୁ ମେସେଜ କରିଥିଲେ । ଯାହା ପରେ ମାଇଲି ନିକ୍‌ଙ୍କ ସହ କରିଥିବା ଚାଟ୍‌ର ସ୍କ୍ରିନ୍‌ସଟ୍‌ ନେଇ ନିଜ ଟାଇମ୍‌ଲାଇନ୍‌ରେ ସେୟାର କରିଥିଲେ । ମାଇଲି ସେୟାର କରିଥିବା ଫଟୋ ଦେଖି ପ୍ରିୟଙ୍କା, ହାହାହା…..ସ୍ୱାମୀ ଠିକ୍‌ କହିଛନ୍ତି । ଏ ଫଟୋଟି ସତରେ ହଟ୍‌ ବୋଲି ଲେଖିଥିଲେ । ପ୍ରିୟଙ୍କାଙ୍କ ଏଭଳି ଜବାବ ସମସ୍ତଙ୍କୁ ପସନ୍ଦ ଆସିବା ସହ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More