Only for Entertainment

ମେଘାନଙ୍କ ‘ବ୍ରାଇଡସ୍ ମେଡ’ ପ୍ରିୟଙ୍କା

NewsGram
0 45

ଚଳିତବର୍ଷ ମାର୍ଚ୍ଚରେ ହୋବାକୁ ଥିବା ବ୍ରିଟେନ ରାଜକୁମାର ହ୍ୟାରି ଏବଂ ଆମେରିକୀୟ ଅଭିନେତ୍ରୀ ମେଘାନ ମର୍କଲେଙ୍କ ବିବାହକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚା । ବିଶ୍ୱର ଏହି ବହୁଚର୍ଚ୍ଚିତ ଯୋଡିଙ୍କ ବିବାହକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ମୁତାବକ ମେଘାନଙ୍କ ବିବାହରେ ‘ବ୍ରାଇଡସ୍ ମେଡ୍’ (କନ୍ୟାଙ୍କ ବାନ୍ଧବୀ) ଭାବେ ଯୋଗ ଦେଇପାରନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଆମେରିକୀୟ ଧାରାବାହିକରେ କାର୍ଯ୍ୟ କରୁଥିବାବେଳେ ପ୍ରିୟଙ୍କା ଏବଂ ମେହାନଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଥିଲା । ମେଘାନଙ୍କ ବିବାହରେ ଯୋଗଦେବା ଖବରକୁ ପ୍ରିୟଙ୍କା ଗୋପନୀୟ ରଖୁଛନ୍ତି । କିନ୍ତୁ ବର୍ତ୍ତମାନ ସେ ଏ ନେଇ ସଙ୍କେତ ଦେଇଛନ୍ତି । ମୋତେ ଯଦି ସେଠାରେ ଦେଖିବ ସବୁୁ ଜାଣିଯିବ ବୋଲି ପ୍ରିୟଙ୍କା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତେବେ ମେଘାନଙ୍କ ବିବାହକୁ ନେଇ ଖୁବ ଉତ୍ସହିତ ଥିବା ପ୍ରିୟଙ୍କା କହିଛନ୍ତି ।

prince-harry-Meghan-Markle-dating

ମେଘାନ ବ୍ରିଟେନ ରାଜପରିବାରର ସଦସ୍ୟ ହୋଇ ବିଶ୍ୱର ପରିବର୍ତ୍ତନ ଦିଗରେ କାର୍ଯ୍ୟ କରିବେ । ତାଙ୍କର ଜୀବନଯାତ୍ରା ଯେଭଳି ବୋଧହୁଏ ଅନ୍ୟକେହି ତାହା ସହଜରେ କରିପାରିବେ ନାହିଁ । ସେ ଜଣେ ବିଶ୍ୱସ୍ତରୀୟ ଆଇକନ ଏବଂ ନରମ ସ୍ୱଭାବର ବ୍ୟକ୍ତିତ୍ୱ ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More