Only for Entertainment

୮ ଲକ୍ଷର ଡ୍ରେସ ପିନ୍ଧି ଏହି ଇଭେଣ୍ଟରେ ପହଁଚିଲେ ପ୍ରିୟଙ୍କା ଚୋପ୍ରା !

insta pic of priyankachopra
40

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଫ୍ୟାସନେବୁଲ ଅବତାର ପାଇଁ ବେଶ ପରିଚିତ । ବଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ପରେ ସେ ହଲିଉଡରେ ମଧ୍ୟ ନିଜ ଛାପ ଛାଡିବାରେ ସଫଳ ହୋଇଛନ୍ତି । ପ୍ରିୟଙ୍କାଙ୍କ ମେଟ ଗାଲା, ପ୍ରି- ୱେଡିଂ ଏବଂ ହ ନିମୁନର ଆଉଟଫିଟସ୍ ଖୁବ ଚର୍ଚ୍ଚାରେ ଥିଲା । ନିକଟରେ ପ୍ରିୟଙ୍କା ୱିଣ୍ଟର ଗାଲା ୨୦୧୯ରେ ପତି ନିକ ଜୋନ ସଙ୍କ ସହିତ ଏକ ସୁନ୍ଦର ଗାବଉନରେ ନଜର ଆସିଥିଲେ । ପ୍ରି ୟଙ୍କାଙ୍କ ଏହି ଆଉଟଫିଟର ମୂଲ୍ୟ ଏବେ ଚର୍ଚ୍ଚାରେ ରହିଛି ।

ପ୍ରିୟଙ୍କା ଏଲ ସାବ ୨୦୧୯ ସ୍ପ୍ରିଙ୍ଗ ଆରଟିଡବ୍ଲ୍ୟୁ କଲେକ୍ସନର ଖୁବ ମହଙ୍ଗା ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସର ମୂଲ୍ୟ ୧୧୪୧୦ ଡଲାର । ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା । ପ୍ରିୟଙ୍କାଙ୍କ ଏହି ଆଉଟଫିଟକୁ ପ୍ରସ୍ତୁତ କରିଥିଲେ ଷ୍ଟାଇଲିଷ୍ଟ ମିମୀ କଟରେଲ ।

 

View this post on Instagram

 

Priyanka and Nick attend Learning Lab Ventures annual gala tonight in Beverly Hills #priyankachopra #nickjonas

A post shared by Priyanka-Chopra.us (@priyankacentral) on

ପ୍ରିୟଙ୍କା ନିକଟରେ ନିଜର ନୂଆ ହଲିଉଡ ଫିଲ୍ମର ପ୍ର ମୋଶନ ପାଇଁ ଏଲେନ ଡିଜେନେର୍ସ ଶୋ’ରେ ପହଁଚିଥିଲେ । ଏହି ଫିଲଲ୍ମର ନାମ ରହିଛି ‘ଇଜ ନଟ ଇଟ ରୋମାଣ୍ଟିକ’ । ପ୍ରିୟଙ୍କାଙ୍କ ବଲିଉଡ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ‘ଦ ସ୍କାଇ ଇଜ ପିଙ୍କ’ ନାମକ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ସୋନାଲି ବୋସ । ଫିଲ୍ମଟି ଦିଲ୍ଲୀର ମେ ଟିଭେସନାଲ ସ୍ପି କର ଆୟଶା ଚୌଧରୀଙ୍କ ଜୀବନ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More